fbpx

ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ବରିଷ୍ଠ ସାମ୍ବାଦିକ,ଆଙ୍କର ତଥା ରିପବ୍ଳିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଆକ୍ରମଣ କରାଯାଇଛି । ଆଜି ଭୋରରୁ ଅର୍ଣ୍ଣବ ତାଙ୍କ ପତ୍ନୀଙ୍କ ସହ କାରରେ ଯାଉଥିବା ବେଳେ ଆକ୍ରମଣ ହୋଇଛି । ପ୍ରଥମେ ଦୁଇଜଣ ଯୁବକ ବାଇକରେ ଆସି ତାଙ୍କ କାରର କାଚ ବାଡେଇଥିଲେ ।ପରେ ତାଙ୍କ ଉପରକୁ କାଳି ଫୋପାଡିଥିଲେ । ଯଦିଓ ଏଥିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କୁ କୈାଣସି ଆଘାତ ଲାଗିନାହିଁ କିନ୍ତୁ ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ଘଟଣାଟି ଅର୍ଣ୍ଣବଙ୍କ ମୁମ୍ବାଇ ଘରଠୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି । ଅର୍ଣର୍ବ ଏଥିପାଇଁ ଯୁବକଂଗ୍ରେସ କୁ ଦାୟୀ କରିଛନ୍ତି । କଂଗ୍ରେସ ନେତାଙ୍କ ପ୍ରରୋଚନାରେ କର୍ମୀ ଏଭଳି କାଣ୍ଡ ଘଟାଇଥବା ଅଭିଯୋଗ କରିଛନ୍ତି । ନିକଟରେ ମୁମ୍ବାଇ ପାଲଘର ମବଲିଚିଂ ମାମଲାରେ ଏଡିଟର୍ସ ଗିଲ୍ଡ ଉପରେ ଖପ୍ପା ହୋଇ ଅର୍ଣ୍ଣବ ଏଥିରୁ ଇସ୍ଥଫା ଦେଇଥିଲେ ।

Get real time updates directly on you device, subscribe now.