fbpx

ମା’ ହେବା ପରେ ବଢ଼ିଯାଉଛି କି ଗର୍ଭବତୀଙ୍କ ଓଜନ ? ଆପଣାନ୍ତୁ ଏହି ଟିପ୍ସ

AAKASH

ଜଣେ ମହିଳାଙ୍କ ଜୀବନରେ ମା’ ହେବା ଅତି ସୌଭାଗ୍ୟର କଥା । ମା ହେବା ସ୍ୱପ୍ନ ଯେତେବେଳେ ବାସ୍ତବରେ ପରିଣତ ହୋଇଯାଏ ସେତେବେଳେ ଏକ ଭିନ୍ନ ପ୍ରକାର ଅନୁଭବ ହୋଇଥାଏ । କହିପାରିବେ କି ଜଣେ ମହିଳା ପାଇଁ ଦୁନିଆର ସବୁଠୁ ନିଆରା ଖୁସି କ’ଣ ହୋଇଥାଏ । ଯେତେବେଳେ ସେ ମା ହୁଏ । ମାତ୍ର ଏହି ଖୁସି ଆସିବା ସହିତ କିଛି ଦାୟିତ୍ୱ ଏବଂ ଅସୁବିଧା ମଧ୍ୟ ଆଣିକି ଆସିଥାଏ । ଏହି ଅସୁବିଧା ଭିତରେ ସବୁଠୁ ବଡ଼ ଚିନ୍ତା ହେଉଛି କି ମହିଳାଙ୍କ ଓଜନ ବଢ଼ିବା । ଗର୍ଭବତୀ ପରେ ଓଜନ ବଢ଼ିବା ଏକ ସାଧାରଣ କଥା । ସେ ମା ହେବା ପରେ ଭାରୀ କାମ କରିବା ସହିତ ଚାଲିବା ଟିକେ କଷ୍ଟ ହୋଇପଡ଼େ । ଏହିସହିବୁ ଅସୁବିଧାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ତେବେ ଜାଣନ୍ତୁ ଓଜନ କମାଇବାକୁ ହେଲେ କେଉଁପ୍ରକାର ବ୍ୟାୟମ କରିବାକୁ ପଡ଼ିବ ।

– ଓଜନ କମାଇବା ପାଇଁ ହେଲେ ପ୍ରତିଦିତି ସକାଳେ ଓ ସନ୍ଧ୍ୟାରେ ଚାଲନ୍ତୁ । ଏହା କରିବା ନିହାତି ଜରୁରୀ । ଚାଲିବା ଦ୍ୱାରା ଆପଣଙ୍କ ଓଜନ ଖୁବ ଶୀଘ୍ର କମ ହୋଇଯିବ ।

– ସ୍ତନପାନ କରାଇବା ଅର୍ଥାତ୍ ଛୁଆକୁ ମାର କ୍ଷୀର ପିଆଇବା ଦ୍ୱାରା ଶରୀରର ୩୦୦ରୁ ୫୦୦ କ୍ୟାଲୋରୀ ଖର୍ଚ୍ଚହୋଇଥାଏ । ଆମେରିକାନ୍ ଜର୍ନଲ ଗବେଷଣା କରିବା ପରେ ଜଣାପଡ଼ିଛି କି ସ୍ତନପାନ କରାଉଥିବା ମହିଳାମାନଙ୍କୁ ଓଜନ କମାଇବାରେ ବେଶି କଷ୍ଟ କରିବାକୁ ପଡ଼େ ନାହିଁ ।

– ଗର୍ଭବତୀ ପରେ ଓଜନ କମାଇବା ପାଇଁ ଯୋଗ ସବୁଠୁ ଭଲ ଉପାୟ । ଏହା କରିବା ପୂର୍ବରୁ କୌଣସି ଯୋଗ ଗୁରୁଠାରୁ ପ୍ରଶିକ୍ଷଣ ଦେବା ଜରୁରୀ ।

– ଓଜନ କମାଇବା ପାଇଁ ଚାହୁଁଥିଲେ ପାଣି ଅଧିକ ପିଅନ୍ତୁ । ପ୍ରତିଦିନ ୧୦ରୁ ୧୨ ଗିଲାସ ପାଣି ପିଇବା ଜରୁରୀ । ଏହା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ ।

– ଯଦି ନିଦ ହେଉନଥିବ ତେବେ ଭରପୁର ମାତ୍ରରେ ପନିପନିିବା ଖାଆନ୍ତୁ । ସ୍ୱାସ୍ଥ୍ୟ ପାଇଁ ଏହା ହିତକର ।

Get real time updates directly on you device, subscribe now.