ପ୍ୟାରିସ: ଫ୍ରାନ୍ସର ପ୍ୟାରିସ ନଗରୀରେ ଅନୁଷ୍ଠିତ ହେବାକୁ ଥିବା ୨୦୨୪ ଅଲିମ୍ପିକ୍ କ୍ରୀଡା ୱେଟଲିଫ୍ଟିଂ ଇଭେଣ୍ଟ ପାଇଁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ବିବାଦୀୟ କରାଯିବା । ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇଥିବା ୱେଟ କ୍ୟାଟେଗୋରୀ ମଧ୍ୟରୁ କେବଳ ୪ କ୍ୟାଟୋଗୋରୀ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ବଳବତ୍ତର ରହିବ । ତେବେ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପାଇଁ ପୁରୁଷ ବିଭାଗରେ ୬୧କେଜି,୭୩ କେଜି ,୮୯ କେଜି , ୧୦୨ କେଜି ଓ + ୧୦୨ କେଜି ୱେଟ କ୍ୟାଟେଗୋରୀ ଓ ମହିଳାଙ୍କ ପାଇଁ ୪୯ କେଜି,୫୯ କେଜି,୭୧ କେଜି,୮୧ କେଜିଓ +୮୧ କେଜି ୱେଟ କ୍ୟାଟେଗୋରୀ ଇଭେଣ୍ଟ ପାଇଁ ପ୍ରତିଦ୍ୱନ୍ଦ୍ୱି୍ତା ହେବ ।
ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇଥିବା ମହିଳା ୪୯ ଓ ୫୯ କେଜି କ୍ୟାଟେଗୋରୀ ଓ ପୁରୁଷଙ୍କ ୬୧ ଓ ୭୩ କେଜି କ୍ୟାଟେଗୋରୀ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଜାରି ରହିବ । ମାତ୍ର ଟୋକିଓ ଅଲିମ୍ପିକ୍ସରେ ପୁରୁଷଙ୍କ ପାଇଁ ଥିବା ସୁପର ହେଭିୱେଟ +୧୦୯କୁ ହ୍ରାସ କରା ଯାଇ ଦ୧୦୨ ଓ ମହିଳାଙ୍କ ପାଇଁ ଥିବାତ୍କ୮୭ କେଜିକୁ ହ୍ରାସ କରାଯାଇ +୮୧କେଜି ଧାର୍ଯ୍ୟ କରା ଯାଇଛି । ତେଣୁ ଏହି ନୂଆ ନିୟମ ଭାରତର ମିରାବାଇ ଚାନୁଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । କାରଣ ଯେ ପୂର୍ବପରି ୪୯ କେଜି କ୍ୟାଟେଗୋରୀରେ ପୁଣି ପ୍ରତିଦ୍ୱନ୍ଦ୍ୱିତା କରି ପାରିବେ । ଟୋକିଓ ଅଲିମ୍ପିକ୍ସରେ ମହିଳା ୱେଟଲିଫ୍ଟର ମିରାବାଇ ଚାନୁ ଏହି କ୍ୟାଟେଗୋରୀରେ ଭାରତ ପାଇଁ ରୌପ୍ୟ ପଦକ ଅର୍ଜନ କରିଥିଲେ । ମାତ୍ର ଭାରତର ଅନ୍ୟତମ ପୁରୁଷ ୱେଟଲିଫ୍ଟର ଜେର୍ମି ଲାଲରିନୁଙ୍ଗା ବର୍ତ୍ତମାନ ୬୭ କେଜି ୱେଟ କ୍ୟାଟେଗୋରୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୨୦୨୨ ଏସିଆନ ଗେମ୍ସ ପରେ ଏହା ପରିବର୍ତ୍ତନ କରିବାକୁ ପଡିବ । ତେଣୁ ଅଲିମ୍ପିକ୍ସ ନିୟମକୁ ଦୃଷ୍ଟିରେ ରଖି ସେ ୬୧କେଜି କେଜି ୱେଟରୁ କମ କିମ୍ବା ୭୩ କେଜି କ୍ୟାଟେଗୋରୀ ମଧ୍ୟରୁ କୌଣସି ଏକ କ୍ୟାଟେଗୋରୀ ବାଛିବାକୁ ପଡିବ । ତେବେ ଏହି ପରିବର୍ତ୍ତିତ ନୂଆ ନିୟମ ଅନ୍ତର୍ଜାତୀୟ ୱେଟଲିଫ୍ଟିଂ ଫେଡେରେସନର ଅନୁମୋଦନ ଲାଭ କରିବା ପରେ ଏହା ଅଲିମ୍ପିକ୍ସରେ ସାମିଲ ହେବ ।