fbpx

‘ନର୍କକୁ ସ୍ୱାଗତ…’, ବିଳମ୍ବରେ ଆସିଲେ ୨ ଘଣ୍ଟା ହାତ ଉପରକୁ କରି ଛିଡ଼ା ହୁଅନ୍ତି କର୍ମଚାରୀ

ବେଙ୍ଗାଲୁରୁ: ମେଟ୍ରୋପଲିଟିଆନ୍ ସହରରେ ଲୋକଙ୍କ ଲାଇଫଷ୍ଟାଇଲ ଭିନ୍ନ । ଅଧିକାଂଶ ଲୋକମାନେ ସଉକୀନ୍ ମିଜାଜର । ବିଶେଷ କରି ଲକଜରୀ ହୋଟେଲରେ ବ୍ରେକଫାଷ୍ଟ, ଲଞ୍ଚ୍ ଏବଂ ଡିନର, କିଟି ପାର୍ଟି, ଅଫିସିଆଲ କନଫେରେନ୍ସ, ବାର୍ଥଡେ ପାର୍ଟି ଇତ୍ୟାଦି କରିଥାନ୍ତି । ତେବେ ଏହି ଲକଜରୀ ହୋଟେଲରେ କାମ କରୁଥିବା କର୍ମଚାରୀଙ୍କ ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ । ବାହାରୁ ଚକାଚକ ଦେଖାଯାଉଥିବା ଜୀବନ ପଛରେ କେତେଯେ ଯନ୍ତ୍ରଣା ରହିଛି ତାହା କେବଳ ଅଙ୍ଗେନିଭେଇଥିବା ବ୍ୟକ୍ତିକୁ ହିଁ ଜଣା ।

ବେଙ୍ଗାଲୁରୁର ଏକ ଲକଜରୀ ହୋଟେଲରେ ଜଣେ ୩୨ ବର୍ଷୀୟ ସେଫ୍ ଏବଂ ନ୍ୟୁଟ୍ରିସିଆନ୍ କୋଚ୍ ନୟନତାରା ମେନନ୍ ବାଗଲା  ନୂତନ ଭାବେ ନିଯୁକ୍ତ ହୋଇଥିଲେ । ସେଠାରେ ତାଙ୍କୁ ପ୍ରୋଗ୍ରାମ ନିର୍ଦ୍ଦେଶକ ତାଙ୍କୁ ଭୟାନକ ସ୍ୱାଗତ କରି କହିଥିଲେ, ‘ନର୍କକୁ ସ୍ୱାଗତ’ । ପ୍ରଥମେ ପ୍ରଥମେ ସେ ଏହାର ଅର୍ଥ ବୁଝି ପାରିନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ ଯେ କେବଳ ତାଙ୍କ ପାଇଁ ନୁହେଁ ବରଂ ହୋଟେଲ ସମସ୍ତ କର୍ମଚାରୀଙ୍କ ପାଇଁ ଏହି ହୋଟେଲ ନର୍କ ସମାନ । ହୋଟେଲରେ ଦୀର୍ଘ କାର୍ଯ୍ୟ ସମୟ, କ୍ଲାନ୍ତକାରୀ ଶିଫ୍ଟ, ଶତ୍ରୁ ଭରା ପରିବେଶ, ଯୌନ ଉତ୍ପିଡ଼ନ ଭଳି ମାମଲା ବିଷୟରେ ଜାଣିବାକୁ ପାଇଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ କି ହୋଟେଲକୁ ବିଳମ୍ବରେ ଆସୁଥିବା କମଚାରୀଙ୍କୁ ନିର୍ଯାତନା ଦିଆଯାଇଥାଏ । ବିଳମ୍ବରେ ଆସୁଥିବା ଷ୍ଟାଫଙ୍କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ହାତ ଉପରକୁ କରି ବାହାରେ ଛିଡ଼ା ହେବା ପାଇଁ କୁହାଯାଏ । ପରେ ଫ୍ରିଜ୍ ସଫା କରିବା ପାଇଁ ନର୍ଦ୍ଦେଶ ଦିଆଯାଏ । ଏଠାରେ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ କେହି କଥାବାର୍ତ୍ତା କରନ୍ତି ନାହିଁ । କେବଳ ଏତିକି ନୁହେଁ ଏହି ଲକଜରୀ ହୋଟେଲରେ ପର୍ସନାଲ ଏମର୍ଜେନ୍ସୀ ପାଇଁ ମଧ୍ୟ ଛୁଟି ବ୍ୟବସ୍ଥା ନାହିଁ । ଅଧିକାଂଶ କର୍ମଚାରୀ ‘mass bullying’ର ଶିକାର ହୋଇଥିବା ନ୍ୟୁଟ୍ରିସିଆନ୍ କୋଚ୍ ନୟନତାରା ସାକ୍ଷାତକାରରେ କହିଥିଲେ ।

 

Get real time updates directly on you device, subscribe now.