fbpx

ଅଣ୍ଡା ଚୋରି କରିବାକୁ ଯାଇଥିଲା, ମୟୂରୀ ଆକ୍ରମଣରେ ଅବସ୍ଥା ପୁରା ଖରାପ..ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ : ଦୁନିଆରେ ଥିବା ସବୁ ପ୍ରାଣୀଙ୍କ ଅସ୍ତିତ୍ୱ ରହିଛି । କିଛି ନା କିଛି ନୂଆ କାର୍ଯ୍ୟ ବା ଦାୟିତ୍ୱ ପାଇଁ ସେମାନଙ୍କ ପରିଚୟ ଥାଏ । ଆଉ ଯେଉଁଠି ଅଣ୍ଡାର ସୁରକ୍ଷା ବା ସେମାନଙ୍କ ଛୁଆ କଥା ଆସେ, ସେମାନେ ହିଂସ୍ର ପାଲଟି ଯାଆନ୍ତି । କାରଣ ସେମାନେ ନିଜର ଏବଂ ନିଜ ଛୁଆ ସୁରକ୍ଷା ପାଇଁ ପାରଦର୍ଶୀ ଥାନ୍ତି । ଆଉ ଯଦି କେହି ସେହି ଅଣ୍ଡା ଚୋରି କରେ, ତାର ଅବସ୍ଥା କିଭଳି ହୁଏ ଏକ ଭାଇରାଲ ଭିଡିଓରୁ ଆପଣ ବେଶ୍ ବୁଝି ପାରିବେ ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଏକ ଗଛ କୋରଡରୁ ମୟୂର ଅଣ୍ଡା ଚୋରି କରୁଥିଲେ । ଏଥିରେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବକ ସାହାଯ୍ୟ ମଧ୍ୟ କରୁଥିଲେ । ସେ କୋରଡରେ ରହି ଗୋଟି ଗୋଟି କରି ଅଣ୍ଡା ଆଣି ଯୁବତୀଙ୍କୁ ଦେଉଥିଲେ ଏବଂ ଯୁବତୀ ଜଣଙ୍କ ସେ ସବୁ ନିଜ ଡ୍ରେସ୍ ଫର୍କରେ ସାଉଁଟୁ ଥିଲେ ।

ଏହି ସମୟରେ ମୟୂରୀ କେଉଁଠି ଥିଲା କେଜାଣି ସିଧା ଲମ୍ଫ ମାରିଲା ଗଛ କୋରଡରୁ ଅଣ୍ଡା ଆଣୁଥିବା ଯୁବକ ଉପରକୁ । ପ୍ରଥମେ ସେହି ଯୁବକଙ୍କୁ ଆକ୍ରମଣ କରିବା ପରେ ଯୁବତୀଙ୍କ ଉପରକୁ ଡେଇଁ ଥିଲା । ଯବତୀଙ୍କୁ ଖୁମ୍ପି ଖୁମ୍ପି ନୟାନ୍ତ କରି ଦେଇଥିଲା ।
ତେବେ ମୟୂରୀର ଏଭଳି କାର୍ଯ୍ୟକ୍ରଳାପକୁ ହିଂସ୍ର କୁହାଯାଯିବ ନାହିାଁ “parental instinct” ବୋଲି କୁହାଯିବ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆକ୍ରମଣର ଶିକାର ହେବା ପରେ ଝିଅଟି ଅଣ୍ଡା ସବୁକୁ ଛାଡି ଦେଇଥିଲା । ଯାହା ଫଳରେ ଅଣ୍ଡାଗୁଡିକ ଫାଟି ମଧ୍ୟ ଯାଇଥିଲା । ସେହି ସମୟରେ ମୟୂରୀ ଯୁବତୀଙ୍କ ଉପରେ ବସି ଅଣ୍ଡାଗୁଡିକୁ ନିରୀକ୍ଷଣ କରୁଥିଲା ।

ଏହି ଭିଡିଓ ଟ୍ୱିଟରରେ ଅ ଫିଗେନ୍ ନାମକ ଜଣେ ଉପଭୋକ୍ତା ସେୟାର କରିଛନ୍ତି ଏବଂ ଏହି ଭିଡିଓକୁ ଏପର‌୍ୟ୍ୟନ୍ତ ୪ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଛଅ ହଜାରରୁ ଅଧିକ ଲାଇକ୍ ମିଳିଛି । ଅନେକ ଲୋକ ଭିଡିଓରେ ନିଜର କମେଣ୍ଟ ଦେଇଛନ୍ତି ।

Get real time updates directly on you device, subscribe now.