fbpx

Video: ବ୍ୟକ୍ତି ଜଣକ ନିଜ ମୁହଁ ମେକଅପ କରି, ନେଲେ ଭଗବାନ ହନୁମାନଙ୍କ ଭବ୍ୟ ରୂପ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ତାଙ୍କର ଚମତ୍କାର ମେକଅପ୍ କୌଶଳ ପାଇଁ ଭାଇରାଲ୍ ହୋଇଛନ୍ତି ଏବଂ ଏହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭାରତର ମେକ୍ ଇନ୍ କଳାକାର ବିବେକ ତିୱାରୀ ନିଜ ମୁଁହକୁ ମେକଅପ କରି ପ୍ରଭୁ ହନୁମାନଙ୍କ ଭବ୍ୟ ରୂପ ନେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରିଛନ୍ତି ଏବଂ ଭିଡିଓ ଦେଖିବା ପରେ ସେ ନିଜେ ମଧ୍ୟ ବିଶ୍ୱାସ କରି ପାରିଲେ ନାହିଁ ଯେ, ଏହାକୁ ସେ ହିଁ ନେଇଛନ୍ତି। ଏହି କ୍ଲିପ୍ ୧୨ ମିଲିୟନରୁ ଅଧିକ ଥର ଦେଖାଯାଇଛି।

ଭିଡିଓ ଆରମ୍ଭରେ ଆପଣ ବିବେକଙ୍କୁ ନିଜ ଫେସ ବ୍ରସ କରିବାର ଦେଖିବେ । ନିଜକୁ ଭଗବାନ ହନୁମାନଙ୍କ ମେକଅପରେ ଟ୍ରାନ୍ସଫର୍ମ କରିବା ସମୟରେ ସମସ୍ତ ପ୍ରପ୍ସ ବ୍ୟବହାର ମଧ୍ୟ କରିଛନ୍ତି । ସେ ଏହି ପ୍ରକାର ଯାଦୁ ରୂପ ପାଇଁ ବିଭିନ୍ନ ପ୍ରକାର ମେକଅପ ପ୍ରଡକ୍ଟର ବ୍ୟବହାର କରିଛନ୍ତି । ଏହାର ରେଜଲ୍ଟ ଆପଣଙ୍କୁ ନିଶ୍ଚିତ ରୂପରେ ପ୍ରସନ୍ନ କରିବ । ତେବେ ବିବେକଙ୍କର ଏହି ଆବିଶ୍ୱସନୀୟ ପ୍ରତିଭାକୁ ନେଟିଜନ୍ସଙ୍କ ପ୍ରଶଂସା ମିଳିଛି ଏବଂ ଏହି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ବିବେକ କ୍ୟାପସନରେ ଲେଖିଛନ୍ତି, “ପ୍ରଭୁ ହନୁମାନଙ୍କ ମେକଅପ୍ ପ୍ରଥମ ଥର ଇଣ୍ଟରନେଟରେ ଦେଖାଗଲା। ଏହି ମେକଅପ୍ ଲୁକ୍ ହାସଲ କରିବାକୁ ମୋତେ ପ୍ରାୟ ୧୨ ଘଣ୍ଟା, ପ୍ରପ୍ସ ଏବଂ ପ୍ରୋଥେଟିକ୍ସ ତିଆରି କରିବାକୁ ୬ ଦିନ ଲାଗିଗଲା। ମୁଁ ଏହି ଲୁକରେ ୪୫ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲି। “ହାଏ, ଆଶାକରେ ଆପଣ ଏହାକୁ ଉପଭୋଗ କରିବେ।” ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ମିଲିୟନରୁ ଅଧିକ ଭ୍ୟୁ ଏବଂ ୨ ମିଲିୟନ୍ ଲାଇକ୍ ପାଇଛି। ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ବିବେକଙ୍କ ଏପିକ୍ ମେକଅପ୍ ରୂପାନ୍ତରଣକୁ ଖୁବ ଭଲ ପାଉଛନ୍ତି।

 

View this post on Instagram

 

A post shared by VIVEK TIWARI (@vivantiwari_official)

Get real time updates directly on you device, subscribe now.