fbpx

ପଶ୍ଚିମବଙ୍ଗ ଫେରନ୍ତାଙ୍କ ଟ୍ରାକିଂ ହେବ ଫୋନ୍

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଫେରନ୍ତାଙ୍କ ଫୋନ୍ ନମ୍ବର ଟ୍ରାକିଂ କରୁଛନ୍ତି ରାଜ୍ୟ ସରକାର । ୨୫ମାର୍ଚ୍ଚ ପରେ ପଶଚିମବଙ୍ଗରୁ ଫେରୁଥିବା ଲୋକଙ୍କ ଫୋନ ଟ୍ରାକିଂ କରାଯିବ । ଟ୍ରାକିଂରେ ଧରାପଡ଼ିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ବତ୍ତର୍ମାନ ସୁଦ୍ଧା ୨୯ଶହ ଜଣଙ୍କୁ ଠାବ କରାଯାଇଥିବା ନେଇ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବଢ଼ିୁଥିବା କରୋନା ଆକ୍ରାନ୍ତ ପ୍ରାୟ ପଶଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । ପଶ୍ଚିମବଙ୍ଗରୁ ବହୁତ ଲୋକ ଓଡ଼ିଶାକୁ ଫେରିଛନ୍ତି । କରୋନା ସତର୍କତାକୁ ଦୃଷ୍ଟିରେ ରଖି ସରକାର ଏହିପରି ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.