fbpx

AC ପାଇଁ ଗାଇଡ୍ ଲାଇନ୍ ଜାରି

କରୋନା ଭାଇରସର କାୟା ବଢି ବଢି ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଗୀଷ୍ମ ପ୍ରଭାବ ମଧ୍ୟ ବଢିଚାଲିଛି । ଏନେଇ ଲୋକମାନେ ନିଜ ଘରେ ACର ବ୍ୟବହାର କରିବାରେ ଲାଗିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି କି କରୋନା ସଙ୍କଟରେ ACର ତାପମାତ୍ରା କେତେ ରହିବା ଦରକାର? କିଛି ବିଶେଷଜ୍ଞମାନେ କହିଛନ୍ତି ଯେ, ଘରର ACରେ କରୋନା ବିପଦ ନାହିଁ । କିନ୍ତୁ ସେଣ୍ଟ୍ରାଲ ଏସିକୁ ନେଇ କିଛି ସାବଧାନତା ରଖିବାକୁ ପଡିବ, କାରଣ ବହୁ ଲୋକ ଏକାସାଙ୍ଗରେ ଏହାର ବ୍ୟବହାର କରିଥାନ୍ତି ।

ତେବେ ପୁର୍ବ ସୋମବାରରୁ କେନ୍ଦ୍ର ସରକାରଙ୍କ ଅଫିସ ଗୁଡିକ ଖୋଲିସାରିଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ ବା ସିପିଡବ୍ଲୁଡି ନିଜ ବିଲ୍ଡିଂ ACର ବ୍ୟବହାରକୁ ନେଇ ଗାଇଡଲାଇନ୍ ଜାରି କରିଛି । ଦେଶରେ AC ଓ ଫ୍ରିଜର ତାପମାତ୍ରା ଉପରେ ଏହା ନିୟନ୍ତ୍ରଣ କରିବ । ଗାଇଡ୍ ଲାଇନ୍ ମୁତାବକ, ACର ତାପମାତ୍ରା ୨୪-୩୦ ଡିଗ୍ରୀ ମଧ୍ୟରେ ରହିବ ।

Get real time updates directly on you device, subscribe now.