fbpx

ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ନେଇ ପ୍ରସ୍ତୁତି ଆରମ୍ଭ

ପୁରୀ, ୨୫ା୪(ଓଡ଼ିଶା ଭାସ୍କର): ଅକ୍ଷୟ ତୃତୀୟା ନୀତିକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଭିତରେ ଚାହାଣୀ ମଣ୍ଡପ ନିକଟରେ ନୀତି ହେବ । ରଥ କାଠ ଅନୁକୂଳ ପର୍ବ ପାଇଁ ମାପଚୁପ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାପଚୁପ କରିଛନ୍ତି । ଜିଲ୍ଲାପାଳ ଓ ସେବାୟତ ପ୍ରତିନିଧିଙ୍କ ଅନୁଧ୍ୟାନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ମହାରାଜ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା , ଚନ୍ଦନଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପୁରୀ ଶ୍ରୀମନ୍ଦିର ପରୀସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହାସହ ସରକାରୀ ନିୟମ ପାଳନ କରି ଚନ୍ଦନଯାତ୍ରା ହେବ । ପରେ ଲକ୍ ଡାଉନ ହଟିବା ପରେ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.