fbpx

ଅସହ୍ୟ ହେଲା ପତ୍ନୀଙ୍କ ଅବୈଧ ସଂପର୍କ, ପତ୍ନୀ ଓ ଦୁଇ ସନ୍ତାନଙ୍କ ସହ ନିଜ ଜୀବନ ବି ନେଇଗଲେ ବ୍ୟକ୍ତି

କୋଲକାତା: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ପରିବାରର ୪ ଜଣଙ୍କ ଲୋକଙ୍କ କ୍ଷତ ବିକ୍ଷତ ମୃତଶରୀର ସେମାନଙ୍କ ଫ୍ଲାଟରୁ ମିଳିଛି । ପୋଲିସ ଏ ବିଷୟରେ ସୂଚନା ଦେଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ମୃତକମାନେ ହେଉଛନ୍ତି କପଡା ବ୍ୟବସାୟୀ ବୃନ୍ଦାବନ କର୍ମାକର(୫୨), ପତ୍ନୀ ଦେବଶ୍ରୀ କର୍ମକର ଓ ଏମାନଙ୍କ ଦୁଇ ସନ୍ତାନ ଝିଅ ଦେବଲିନା(୧୭) ଓ ୮ ବର୍ଷର ପୁଅ ଉତ୍ସାହ ।

ପୋଲିସ କହିଛନ୍ତି ରବିବାର ଖରଦହ ଅଞ୍ଚଳର ଏମ ଏସ୍ ମୁଖାର୍ଜୀ ରୋଡ୍ ଅଞ୍ଚଳରେ ଥିବା ଏକ ବନ୍ଦ ଆପାର୍ଟମେଣ୍ଟରୁ ଏହି ସମସ୍ତ ମୃତଦେହ ମିଳିଛି । ପୋଲିସ କହିଛି ବ୍ୟକ୍ତି ପ୍ରଥମେ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ବିଷ ଦେଇ ହତ୍ୟା କରିଛି ଓ ପରେ ନିଜେ ଆତ୍ମହତ୍ୟା କରିଛି । ବ୍ୟକ୍ତିଙ୍କ ଶବ ଛାତରେ ଓହଳୁଥିବା ଅବସ୍ଥାରେ ଠାକ କରାଯାଇଥିଲା ଓ ଅନ୍ୟ ୩ ଶବ ଘରର ଅଲଗା ଅଲଗା ରୁମ୍‌଼୍‌ରେ ପଡିଥିଲା ।

ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ବି ଜବତ କରିଛି ଯେଉଁଥିରେ ବ୍ୟକ୍ତି ଜଣକ ଲେଖିଛନ୍ତି କି ତାଙ୍କ ପତ୍ନୀଙ୍କର ଅବୈଧ ସଂପର୍କ ଥିଲା ଯାହା ସେ ସହ୍ୟ କରି ନ ପାରି ଏପରି ପଦକ୍ଷେପ ନେଇଛନ୍ତି । ଆପାର୍ଟମେଣ୍ଟରୁ ଦୁର୍ଗନ୍ଧ ଆସିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚିବା ବେଳକୁ ଭିତରପଟୁ ଦ୍ୱାର ବନ୍ଦ ଥବାରୁ ପୋଲିସକୁ ଦ୍ୱାର ଭାଙ୍ଗିବାକୁ ପଡିଥିଲା । ଏବେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.