fbpx
BSKY SKY
BSKY SKY

ସାହାରା ସମୂହ ଅର୍ଥ ନିବେଶକଙ୍କୁ ଫେରାଯିବ କି ସରକାର କବ୍‌ଜାକୁ ନେବେ, ଜାଣନ୍ତୁ କ’ଣ ରହିଛି ଯୋଜନା

BSKY

ନୂଆଦିଲ୍ଲୀ: ସାହାରା ଗ୍ରୁପ୍ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଦେହାନ୍ତ ପରେ ସାହାରାରେ ନିବେଶ କରିଥିବା ଲୋକଙ୍କ ପଇସା କ’ଣ ହେବ ଏ ପ୍ରଶ୍ନ ଏବେ ସମସ୍ତ ମନରେ । ଏହାରି ମଧ୍ୟରେ ଖବର ଆସିଛି କି ସରକାର ସାହାରା-ସେବି ରିଫଣ୍ଡ ଆକାଉଣ୍ଟରେ ପଡି ରହିଥିବା ପଇସା (ଯାହାର କେହି ଦାବିଦାର ନାହାନ୍ତି)କୁ ନିଜ କବ୍‌ଜାକୁ ନେବେ ।
ଏହି ପଇସା ଏବେ ସାହାରାର ନିବେଶକଙ୍କୁ ଫେରାଇବା ଲାଗି ସ୍ପେସିଆଲ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି । ଗତ ୧୧ ବର୍ଷ ହେବ ଏହି ପଇସା ନିବେଶକଙ୍‌କୁ ଫେରାଯାଇପାରି ନାହିଁ । ଏପରି ସ୍ଥିତିରେ ସୁବ୍ରତ ରାୟଙ୍କ ଦେହାନ୍ତ ପରେ ସରକାର ଏହି ପଇସାକୁ ସଞ୍ଚିତ ନିଧିରେ ଜମା କରିପାରିବେ ଓ ଏଠାରୁ ଏହି ପଇସା ଉପଯୁକ୍ତ ପ୍ରମାଣ ସହ ନିବେଶକଙ୍କୁ ଫେରାଯାଇପାରିବ ।

ଏକ ରିପୋର୍ଟ ଅନୁସାରେ ରିଫଣ୍ଡ ଆକାଉଣ୍ଟ ଓପନ୍ ହେବା ପରେ ଗତ ୧୧ ବର୍ଷ ଭିତରେ ବଡ କଷ୍ଟରେ କୌଣସି ଦାବିଦାର ସାମ୍ନାକୁ ଆସିଛନ୍ତି । ଜଣେ ଅଧିକାରୀ କହିଛନ୍ତି ନିବେଶକଙ୍କ ପଇସା ଫେରସ୍ତ କରିବା ଲାଗି ଅଲଗା ବ୍ୟାଙ୍କ ଖାତା ସହିତ ପଇସାକୁ ଭାରତ ସଞ୍ଚିତ ନିଧିରେ ରଖିବାର ବିକଳ୍ପ ସନ୍ଧାନ କରାଯାଉଛି । ଯଦି ଦିଆଯାଇଥିବା ବିବରଣୀର ସତ୍ୟାୟନ ପରେ ସେବି ନିଜର ସମସ୍ତ କିମ୍ବା କୌଣସି ଗ୍ରାହକଙ୍କ ଠିକଣା ପାଉନାହିଁ ତେବେ ଏପରି ନିବେଶକଙ୍କ ଠାରୁ ଏକତ୍ର କରାଯାଇଥିବା ଅର୍ଥକୁ ସରକାରଙ୍କୁ ଆବଣ୍ଟନ କରାଯିବ ଯାହା ଗରିବ ସମର୍ଥକ କାର୍ଯ୍ୟକ୍ରମ କିମ୍ବା ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରାଯିବ ।

Get real time updates directly on you device, subscribe now.