fbpx

News across the Earth, news close to your heart, Read Odisha Bhaskar English

ବିଶ୍ୱକପକୁ ସମ୍ମାନ ଦେଲେ ନାହିଁ କଙ୍ଗାରୁ ଦଳ: ଟ୍ରଫି ଉପରେ ଗୋଡ଼ ରଖି ଫଟୋ ଉଠାଇଲେ ମାର୍ଶ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଏକ ସହଜ ବିଜୟ ହାସଲ କରିବାରେ ସଫଳ ହୋଇଛି। ଭାରତ ଅଷ୍ଟ୍ରେଲିଆର ପ୍ରଥମ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଖୁବ ସହଜରେ ଆଉଟ କରିଥିଲା। କିନ୍ତୁ ପରେ, ଟ୍ରାଭିସ୍ ହେଡ୍ ଏବଂ ମାର୍ନସ୍ ଲାବୁସେଗ୍ନଙ୍କ ଚମତ୍କାର ବ୍ୟାଟିଂ ଆଧାରରେ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପରେ ବିଜୟ ହାସଲ କରିପାରିଛି।

ତେବେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫୋଟୋରେ ଅଷ୍ଟ୍ରେଲିଆର ମିଚେଲ ମାର୍ଶ ଟ୍ରଫିରେ ପାଦ ରଖି ବସିଥିବା ନଜର ଆସିଛନ୍ତି। ଏହି ଫଟୋକୁ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଏହି ଫଟୋ ଦେଖିବା ପରେ କ୍ରିକେଟ ପ୍ରଶଂସକମାନେ ବହୁମାତ୍ରାରେ ରାଗିଛନ୍ତି। ବିଶେଷ କରି ଭାରତୀୟ ପ୍ରଶଂସକମାନେ । ଅନେକ ପ୍ରଶଂସକ ଏପରିକି କହିଥିଲେ ଯେ ଆପଣ ଟ୍ରଫିର ଯୋଗ୍ୟ ନୁହଁନ୍ତି। ଏପରିକି କେହି କେହି ତାଙ୍କୁ ଲିଓନେଲ ମେସିଙ୍କ ସହ ମଧ୍ୟ ତୁଳନା କରିଥିଲେ। କାରଣ ମେସି ଫିଫା ବିଶ୍ୱକପ୍ ଟାଇଟଲ୍ ଜିତିବା ପରଦିନ ତାଙ୍କୁ ଟ୍ରଫି ସହିତ ଶୋଇଥିବାର ଦେଖାଯାଇଥିଲା । ପ୍ରଶଂସକମାନେ ମିଚେଲ ମାର୍ଶଙ୍କ ଏପରି ଅଦ୍ଭୁଦ କାଣ୍ଡ ଦେଖି ତାଙ୍କୁ ମେସିଙ୍କ ସହ ତୁଳନା କରିଥିଲେ।

ମିଚେଲ ମାର୍ଶ ଏପରି ଟ୍ରଫିରେ ପାଦ ଦେବା ଉଚିତ୍ ନୁହେଁ ବୋଲି ପ୍ରଶଂସକମାନେ କହିଛନ୍ତି । ଏପରିକି କଙ୍ଗାରୁ ଦଳ ଏବଂ ମାର୍ଶ ଏହି ଟ୍ରଫିର ଯୋଗ୍ୟ ନୁହନ୍ତି ବୋଲି କଡ଼ା ନିନ୍ଦା ମଧ୍ୟ କରିଛନ୍ତି।

Get real time updates directly on you device, subscribe now.