fbpx

ଅଗଷ୍ଟ ୯ରେ ପଶ୍ଚିମବଙ୍ଗର ରାଜ୍ୟସଭା ଉପ-ନିର୍ବାଚନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦୀନେଶ ତ୍ରିବେଦୀଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗରୁ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ଅଗଷ୍ଟ ୯ ତାରିଖରେ ଅନୁଷ୍ଠିତ ହେବ । ଶୁକ୍ରବାର ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଟିଏମସି ତରଫରୁ ରାଜ୍ୟସଭାକୁ ଯାଇଥିବା ଦୀନେଶ ତ୍ରିବେଦୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଟିଏମସି ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟସଭା ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ମାସରେ ଶେଷ ହେବ । ତେଣୁ ଉପ ନିର୍ବାଚନରେ ରାଜ୍ୟସଭାକୁ ଯିଏ ଯିବେ, ସେ ୨୦୨୬ ଯାଏ କାର୍ଯ୍ୟ କରିବେ । ଜୁଲାଇ ୨୨ରେ ଉପ ନିର୍ବାଚନର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ କହିଛନ୍ତି ।

Get real time updates directly on you device, subscribe now.