fbpx

ପୁରୀରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମିଳିବନି ହୋଟେଲ!

Advertisement

ପୁରୀ, ୨୪/୦୪: ପଶ୍ଚିମ ବଙ୍ଗରେ କୋଭିଡ-୧୯ର ଟ୍ରିପଲ ମ୍ୟୁଣ୍ଟାଟ ଚିହ୍ନଟ ପରେ,ଏବେ ପୁରୀ ପ୍ରଶାସନ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିଛନ୍ତି । ଶନିବାର ପୁରୀର ସମସ୍ତ ହୋଟେଲ, ଲଜ ଏବଂ ଧର୍ମଶାଳାଗୁଡିକୁ ଯାଞ୍ଚ କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଉପ ଜିଲ୍ଲାପାଳ ଭବତରଣ ସାହୁ କହିଛନ୍ତି, “ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଯାଞ୍ଚ କରାଯାଉଛି । ଖାସ କରି ପଶ୍ଚିମ ବଙ୍ଗର ଆସୁଥିବା ପର୍ଯ୍ୟଟକଙ୍କର ଟେଷ୍ଟ ରିପୋର୍ଟ ଯାଞ୍ଚ କରାଯାଉଛି ।”

ସେ କହିଛନ୍ତି ପଡୋଶୀ ରାଜ୍ୟରୁ ଆସୁଥିବା କୌଣସି ପର୍ୟ୍ୟଟକଙ୍କୁ ହୋଟେଲ ଏବଂ ଲଜରେ ରହିବାକୁ ଅନୁମତି ଦିଆଯିବ ନାହିଁ  । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ୧୪ ଦିନ ମାଗଣା କିମ୍ବା ଦେୟଯୁକ୍ତ କ୍ୟାଣ୍ଟିନ ସେଣ୍ଟରରେ ରଖାଯିବ। ସହରରେ ତଥା ଜିଲ୍ଲାରେ କୋଭିଡ ମାମଲାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ସେ ପଶ୍ଚିମବଙ୍ଗରେ ଥିବା ସମ୍ପର୍କୀୟଙ୍କୁ ପୁରୀ ଆସିବା କିମ୍ବା ନିଜର ସଂପର୍କୀୟଙ୍କ ଘରେ ରହିବାକୁ ଅନୁମତି  ନ ଦେବାପାଇଁ ନିବେଦନ କରିଛନ୍ତି।

ପଡୋଶୀ ରାଜ୍ୟରୁ ଲୋକଙ୍କୁ ଓଡ଼ିଶାରେ ପ୍ରବେଶ ନକରିବା ପାଇଁ ପଶ୍ଚିମବଙ୍ଗ ସୀମାରେ ୩୨ ଟି ଚେକପଏଣ୍ଟ ସ୍ଥାପନ କରାଯାଇଛି ବୋଲି ସାହୁ କହିଛନ୍ତି। ତେବେ ରେଳ ଯୋଗେ ରାଜ୍ୟକୁ ଆସୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ଏସଓପି ଗଠନ କରିଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୀ ଜିଲ୍ଲାର କୋଭିଡ-୧୯ର ଗ୍ରାଫ ଏପ୍ରିଲ୍ ୧ ଠାରୁ ମାତ୍ର ୨୩ ଦିନ ମଧ୍ୟରେ ୨୫୬୪ କୁ ବୃଦ୍ଧି ପାଇଛି ଏବଂ ଏପ୍ରିଲ୍ ୨୩ ରେ ସର୍ବାଧିକ ୩୯୫ ମାମଲା ରିପୋର୍ଟ ହୋଇଛି।

Get real time updates directly on you device, subscribe now.