fbpx

ପଶ୍ଚିମବଙ୍ଗରେ ମମତାଙ୍କ ଦବଦବା, ୨ ସିଟରେ ଟିଏମସି ବିଜୟୀ

ନୂଆଦିଲ୍ଲୀ,୨୮ ।୧୧: ପଶ୍ଚିମବଙ୍ଗରେ ଏବେବି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଯାଦୁ ଦେଖିବାକୁ ମିଳିଛି । ୩ଟି ଆସନରେ ହେଉଥିବା ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ବା ଟିଏମସି ୨ଟିରେ ବିଜୟୀ ଓ ଗୋଟିଏ ଆସନରେ ଆଗୁଆ ରହିଛି  । କାଳିଆଗଞ୍ଜ ଆସନ ଆସନରେ ଟିଏମସି ବିଜୟ ଲାଭ କରିଛି । ଖଡଗପୁର ଆସନରେ ଟିଏମସି ପ୍ରାର୍ଥୀ ପ୍ରଦୀପ ସରକାର ୨୦,୮୧୧ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ କରିମପୁରରେ ଟିଏମସି ଆଗୁଆ ରହିଛି ।

 

ସେହିପରି ଉତ୍ତରାଖଣ୍ଡର ପିଥୋରାଗଡ ବିଧାନସଭା ଆସନକୁ ହୋଇଥିବା ଉପ-ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏହି ଆସନରେ ବିଜେପି ଆଗୁଆ ରହିଛି ।

Get real time updates directly on you device, subscribe now.