fbpx

ୱେଷ୍ଟଇଣ୍ଡିଜ ପାଇଁ ଭୟଙ୍କର ହେଲା ଭେଙ୍କଟେଶଙ୍କ ଜବରଦସ୍ତ ପାଳି: ଭାରୀ ପଡିଲା ସୂର୍ଯ୍ୟଙ୍କ କିରଣ

କୋଲକାତା: ଦିନିକିଆ ପରେ ଟି-୨୦ ସିରିଜରେ ବି ମୂଳପୋଛ କରିଛି ଟିମ ଇଣ୍ଡିଆ । ୩-୦ରେ ସିରିଜ ଜିତି ୱେଷ୍ଟଇଣ୍ଡିଜ ଖାଲି ହାତରେ ବିଦା କରିଛି ମେନ ଇନ ବ୍ଲୁ । ଦିନିକିଆ ଏବଂ ଟି-୨୦ ଉଭୟ ସିରିଜକୁ ୩-୦ରେ ଜିତି ପୁରୁଣା ରେକର୍ଡ ବଜାୟ ରଖିଛି ଭାରତ । ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜକୁ କବଜାରେ କରିବାରେ ସଫଳ ହୋଇଛି ରୋହିତ ସେନା ।

India vs West Indies, 3rd T20I Live Score Updates: Harshal Patel Strikes  Again As India Close In On Win | Cricket News

ପ୍ରଥମେ ଟସ ଜିତି ପୋଲିଭ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ ୱେଷ୍ଟଇଣ୍ଡିଜ ଅଧିନାୟକ କାଏରନ ପୋଲାର୍ଡ । ତେବେ ଇଶାନ କିଶାନ ଏବଂ ଋତୁରାଜ ଗାଏକ୍ୱାଡ ଭାରତର ପାଳି ଆରମ୍ଭ କରିବାକୁ ମଇଦାନକୁ ଆସିଥିବା ବେଳେ ବେଶୀ ସମୟ କ୍ରିଜରେ ରହି ପାରି ନଥିଲେ । ୱେଷ୍ଟଇଣ୍ଡିଜ ବୋଲର ଧିରେ ଧିରେ ଟିମ ଇଣ୍ଡିଆ ଉପରେ ଭାରୀ ପଡିଥିଲେ । ଖରାପ ଆରମ୍ଭ ପରେ ମଧ୍ୟ ସୂର୍ଯ୍ୟକୁମାର ଯାଦବ ଏବଂ ଭେଙ୍କଟେଶ ଅୟରଙ୍କ ଜବର ଦସ୍ତ ପାଳି ଦ୍ୱାରା ଦଳ ୧୮୪ ରନ ସଂଗ୍ରହ କରି ପାରିଥିଲା । ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକୀୟ ପାଳି ସହିତ ୱେଷ୍ଟଇଣ୍ଡିଜ ପାଇଁ ଭୟଙ୍କର ସ୍ୱପ୍ନ ହୋଇ ଆସିଥିଲେ ଭେଙ୍କଟେଶ ଅୟର । ୯୮/୪ ରେ ଦଳ ସଂଘର୍ଷ କରୁଥିବା ବେଳେ ଏମାନେ ଦଳକୁ ୧୮୪/୫ରେ ପହଞ୍ଚାଇଥିଲେ ଏହି ଦୁଇ ଖେଳାଳି । ସୂର୍ଯ୍ୟକୁମାରଙ୍କ ୩୧ ବଲରେ ୬୫ ଏବଂ ଭେଙ୍କଟେଶଙ୍କ ୧୯ ବଲରେ ୩୫ ରନର ଦମଦାର ପାଳି ପାଇଁ ୱେଷ୍ଟଇଣ୍ଡିଜକୁ ୧୮୫ ରନର ଟାର୍ଗେଟ ମିଳିଥିଲା ।

India vs West Indies 3rd T20 Live Score: Shardul Thakur gets huge wicket of  half-centurion Pooran; WI now 7 down | Hindustan TimesIND vs WI Live: Venkatesh Iyer reminds fans of Hardik Pandya

ଦ୍ୱିତୀୟ ଇନିଂସର ପ୍ରଥମରୁ ହିଁ ଦୀପକ ଚହର ୱେଷ୍ଟଇଣ୍ଡିଜକୁ ଦେଇଥିଲେ ଡବଲ ଝଟକା । ଦୁଇ ଓପନର ଶାଏ ହୋପ ଏବଂ କାଏଲ ମେୟର୍ସଙ୍କୁ ପାଭିଲିୟନ ପଠାଇ ଦଳର ମୂଳଦୁଆ ଗଢିଥିଲେ ଦୀପକ । ଏହାପରେ ନିକୋଲାସ ପୁରନ ଦଳକୁ ବିଜୟ କରିବା ପାଇଁ ଲକା ଲଢିଥିଲେ । ୪୭ ବଲରେ ୬୧ ରନ ସଂଗ୍ରହ କରି ବିଜୟର ଆଶା ଉଜ୍ଜିବୀତ ରଖିଥିବା ବେଳେ ଅନ୍ୟ କୌଣସି ଖେଳାଳି ତାଙ୍କ ସାଥ ଦେଇ ନଥିଲେ । ଶେଷରେ ରୋମରଂଓ ଶେଫର୍ଡ ନିଜର ପୂର୍ଣ୍ଣ ସାମର୍ଥ୍ୟ ଲାଗାଇଥିଲେ ମ୍ୟାଚକୁ ଜିତିବା ପାଇଁ । କିନ୍ତୁ ଦଳ ୯ ୱିକେଟ ହରାଇ ମାତ୍ର ୧୬୭ ରନ ହିଁ ବନାଇବାରେ ସକ୍ଷମ ହୋଇ ପାରିଛି । ଫଳରେ ୧୭ ରନରେ ମ୍ୟାଚ ସହିତ ସିରିଜକୁ ହାତଛଡା କରିଛି ୱେଷ୍ଟଇଣ୍ଡିଜ । ସେପଟେ ରୋହିତ ସେନା ଉଭୟ ସିରିଜକୁ ପୋଛି ନେଇ ଅତିଥି ଦଳକୁ ଖାଲି ହାତରେ ନିଜ ଦେଶକୁ ଫେରାଇ ଦେଇଛି ।

Get real time updates directly on you device, subscribe now.