fbpx
BJD SKY
BJD SKY

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ: Team Indiaରେ ଡେବ୍ୟୁ କରୁଛନ୍ତି ଇଶାନ-ଯଶସ୍ୱୀ, ଭରତ ବାଦ୍

BJD

ନୂଆଦିଲ୍ଲୀ: ଆଜି ଡୋମିନିକା ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳିଙ୍କୁ ସୁଯୋଗ ଦେଇଛି ଟିମ ମ୍ୟାନେଜମେଣ୍ଟ । ଯୁବ ୱିକେଟକିପର ଇଶାନ କିଶାନ ଏବଂ ଷ୍ଟାର ବୋଲର ଯଶସ୍ୱୀ ଜଏସ୍ୱାଲ ଏହି ମ୍ୟାଚରୁ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି । ଇଶାନ କିଶାନ ପୂର୍ବରୁ ଭାରତ ପାଇଁ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଖେଳି ସାରିଥିଲେ ମଧ୍ୟ ଆଜି ପ୍ରଥମ ଥର ପାଇଁ ଭାରତୀୟ ଦଳରେ ଟେଷ୍ଟ ଜର୍ସିରେ ଦେଖିବାକୁ ମିଳିବ ।

ଭାରତ ବିପକ୍ଷ ଏହି ପ୍ରଥମ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରେଥୱେଟ । ତେବେ ଟିମ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ଯାଉଥିବା ବେଳେ ଦଳରେ ଦୁଇ ଜଣ ନୂଆ ଅତିଥି ଯୋଗ ଦେଇଛନ୍ତି । ଯୁବ ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏବଂ ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ପ୍ରଥମ ଥର ଭାରତର ପ୍ଲେଇଙ୍ଗ ଇଲେଭେନରେ ସୁଯୋଗ ପାଇଛନ୍ତି । ଉଭୟଙ୍କୁ ସେମାନଙ୍କର ଟେଷ୍ଟ ଡେବ୍ୟୁ କ୍ୟାପ ହସ୍ତାନ୍ତର କରିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା । ତେବେ ଇଶାନଙ୍କ ଡେବ୍ୟୁ ଯୋଗୁଁ ୱିକେଟ କିପର କେ.ଏସ ଭରତ ଦଳରୁ ବାଦ୍ ପଡିଛନ୍ତି । ବାରମ୍ବାର ମିଳିଥିବାର ସୁଯୋଗକୁ ସେ ହାତଛଡା କରିବା ପରେ ଏବେ ଇଶାନ କିଶାନଙ୍କ ଉପରେ ଭରସା କରିଛି ରୋହିତ ସେନା । ସେହିପରି ଯଶସ୍ୱୀ ଜଏସ୍ୱାଲଙ୍କ ଏଣ୍ଟ୍ରି ଶୁଭମନ ଗିଲଙ୍କ ସ୍ଥାନ ମଧ୍ୟ ଛଡାଇ ନେଇଛି । ଏହି ମ୍ୟାଚରେ ଯଶସ୍ୱୀ ଅଧିନାୟକ ରୋହିତଙ୍କ ସହ ଓପନିଙ୍ଗ କରିବାର ସୁଯୋଗ ପାଇ ପାରନ୍ତି । ତେଣୁ ଶୁଭମନ ଗିଲ ତୃତୀୟ ସ୍ଥାନରେ ମଇଦାନକୁ ଓହ୍ଲାଇବାର ଦେକିବାକୁ ମିଳିବ ।

ସେପଟେ ମହମ୍ମଦ ଶାମୀଙ୍କ ସ୍ଥାନରେ ବାମହାତୀ ଷ୍ଟାର ବୋଲର ଜୟଦେବ ଉନାଦକଟ ଦଳରେ କମବ୍ୟାକ କରିଛନ୍ତି । ସେହିପରି ଅଲରାଉଣ୍ଡର ଭାବରେ ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ରୋହିତ । ଏହାବ୍ୟତୀତ ଶାର୍ଦ୍ଦୁଳ ଠାକୁର ମଧ୍ୟ ଦୀର୍ଘ ଦିନ ପରେ ଟିମରେ କମବ୍ୟାକ କରୁଛନ୍ତି । ତେଣୁ ସିରାଜଙ୍କ ସହ ଶାର୍ଦ୍ଦୁଳ ଠାକୁର ଏବଂ ଉନାଦକଟ ଭାରତୀୟ ଦଳର ପେସ ଆଟାକ ଭାର ସମ୍ଭାଳିବେ ।

ଭାରତର ପ୍ଲେଇଙ୍ଗ ଇଲେଭେନ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଇଶାନ କିଶାନ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକଟ, ମହମ୍ମଦ ସିରାଜ

Get real time updates directly on you device, subscribe now.