fbpx

ଲାଞ୍ଚ ନେଲା ବେଳେ ଫିଲ୍ମ ଷ୍ଟାଇଲ୍‌ରେ ମାଡ଼ି ବସିଲା ସିବିଆଇ, ଭିଡିଓ ଭାଇରାଲ

AAKASH

ନୂଆଦିଲ୍ଲୀ: ଲାଞ୍ଚ ନେଉଥିଲେ ପୋଲିସ ଅଧିକାରୀ, ମାଡ଼ି ବସିଲା ସିବିଆଇ । ଏଭଳି ଏକ ଘଟଣା ବୁଧବାର ରାଜଧାନୀ ଦିଲ୍ଲୀରେ ଘଟିଥିବା ବେଳେ ନିକଟରେ ଥିବା ଏକ ସିସିଟିଭିରେ ଏହା କଏଦ୍ ହୋଇଛି । ଏକ ଦୋକାନୀଠାରୁ ଦିଲ୍ଲୀ ପୋଲିସର ଜଣେ ହେଡ୍ କନେଷ୍ଟବଳ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଅଧିକାରୀ ସେମାନଙ୍କୁ ମାଡ଼ି ବସିଥିଲେ ।

ସିବିଆଇ ଦୋକାନୀଙ୍କଠାରୁ ଅଭିଯୋଗ ପାଇଥିଲା ଯେ ଭୀମ ସିଂ ନାମକ ହେଡ କନଷ୍ଟେବଳ ତାଙ୍କ ଦୋକାନ ବାହାରେ ବେଆଇନ ପାର୍କିଂକୁ କେନ୍ଦ୍ର କରି କରି ତାଙ୍କଠାରୁ ଟଙ୍କା ମାଗିଥିଲେ । ଏଜେନ୍ସି ଏକ ଜାଲ ପକାଇ ସିଂଙ୍କୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରିଥିଲା ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ତାଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିବା ଜାଣିବା ପରେ ସିବିଆଇ କବଳରୁ ମୁକୁଳିବାକୁ ଚେଷ୍ଟା କରିଥେôଲ । ସେ ତାଙ୍କ କାର ଆଡକୁ ଦୌଡ଼ୁଥିବା ଏବଂ ଲାଞ୍ଚ ଟଙ୍କା ଭିତରକୁ ଫିଙ୍ଗିଥିବାର ନଜର ଆସିଥେôଲ । ତେବେ ତାଙ୍କୁ ସିବିଆଇ ଆଧିକାରୀମାନେ କାବୁ କରି ନେଇଥିଲେ । ସିବିଆଇ ସିଂଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଖୋଜାଖୋଜି କରିଥିଲା । ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସିବିଆଇ କହିଛି ।

Get real time updates directly on you device, subscribe now.