fbpx
BSKY
BJD YOUTH SKY
BJD MS SKY

ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବାବଦରେ କେନ୍ଦ୍ର ସରକାର ୨୨ଟି ରାଜ୍ୟକୁ ଦେଲେ ଅନୁଦାନ, ଓଡ଼ିଶାକୁ ମିଳିଲା ୭୦୭ କୋଟି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବାବଦରେ ୨୨ଟି ରାଜ୍ୟକୁ ୭ ହଜାର ୫୩୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଅନୁସାରେ ରାଜ୍ୟଗୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଏହି ପାଣ୍ଠି ଦିଆଯାଇଛି। ବିପର୍ଯ୍ୟୟ ମୁକାବିଲା ଲାଗି ଓଡ଼ିଶାକୁ ୭୦୭ କୋଟି ଟଙ୍କା ମିଳିଛି। ବିପର୍ଯ୍ୟୟ ମୁକାବିଲା ଲାଗି କେନ୍ଦ୍ର ସରକାର ବର୍ଷକୁ ଦୁଇ ଥର ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଦେଇଥା’ନ୍ତି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବାବଦରେ କେନ୍ଦ୍ର ସରକାର ୭୫ ପ୍ରତିଶତ
ଆର୍ଥିକ ଅନୁଦାନ ଦେଉଥିବାବେଳେ ରାଜ୍ୟମାନେ ଅବଶିଷ୍ଟ ୨୫ ପ୍ରତିଶତ ଖର୍ଚ୍ଚ କରିଥା’ନ୍ତି।

୧୫ ତମ ଅର୍ଥ ଆୟୋଗର ସୁପାରିଶକୁ ଆଧାର କରି କେନ୍ଦ୍ର ସରକାର ୨୦୨୧-୨୨ ରୁ ୨୦୨୫-୨୬ ବର୍ଷ ପାଇଁ SDRF ପାଇଁ ୧,୨୮,୧୨୨.୪୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହି ରାଶି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୯୮,୦୮୦.୮୦ କୋଟି। କେନ୍ଦ୍ର ସରକାର ପୂର୍ବରୁ ୩୪,୧୪୦.୦୦ କୋଟି ଟଙ୍କା ପ୍ରକାଶ କରିସାରିଛନ୍ତି।

ସାରା ଦେଶରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକାକୁ କୋହଳ କରାଯାଇଛି । ବିଗତ ବର୍ଷ ରାଜ୍ୟମାନଙ୍କୁ ଦିଆଯାଇଥିବା ଅର୍ଥରାଶିର ଉପଯୋଗିତା ପ୍ରମାଣପତ୍ରକୁ ଅପେକ୍ଷା କରିବା ବିନା ରାଜ୍ୟମାନଙ୍କୁ ତତ୍କାଳ ସହାୟତା ରାଶି ଜାରି କରାଯାଇଛି । ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ର ଧାରା ୪୮ (୧) (କ) ଅନ୍ତର୍ଗତ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର‌୍ୟ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ର ଗଠନ କରାଯାଇଛି । କେନ୍ଦ୍ର ସରକାର ସାଧାରଣ ରାଜ୍ୟକୁ ଏସଡିଆରଏଫରେ ୭୫ ପ୍ରତିଶତ ଓ ପୂର୍ବୋତ୍ତର ତଥା ହିମାଳୟ ରାଜ୍ୟରେ ୯୦ ପ୍ରତିଶତ ଯୋଗଦାନ ଦେଇଥାନ୍ତି।

ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ ଦୁଇଟି ସମାନ କିସ୍ତିରେ ବାର୍ଷିକ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଏ। ମାର୍ଗଦର୍ଶିକା ଅନୁଯାୟୀ, ପୂର୍ବରୁ ଜାରି ହୋଇଥିବା କିସ୍ତି ପାଇଁ ଉପଯୋଗିତା ପ୍ରମାଣପତ୍ର ଏବଂ ରାଜ୍ୟମାନଙ୍କ ଦ୍ୱାରା ଏସଡିଆରଏଫ ପାଣ୍ଠି ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଏକ ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ କିସ୍ତି ଯୋଗାଇ ଦିଆଯଇଥାଏ। ତେବେ, ଜରୁରି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଚଳିତ ଥର ଏସବୁ ଆବଶ୍ୟକତାକୁ କୋହଳ କରାଯାଇଛି ।

ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମୀ, ଝଡ଼, ଭୂ-ସ୍ଖଳନ, ହିମସ୍ଖଳନ, ବାଦଲଫଟା ବର୍ଷା, କୀଟ ଆକ୍ରମଣ ଏବଂ କୁଆପଥର ବର୍ଷା ଏବଂ ଶୀତ ଲହରୀ ଭଳି ବିଜ୍ଞପିତ ବିପର୍ଯ୍ୟୟର ପୀଡ଼ିତମାନଙ୍କୁ ତତ୍କାଳ ସହାୟତା ଉପଲବ୍ଧ କରାଇବା ଜନିତ ଖର୍ଚ୍ଚର ମୁକାବିଲା ଲାଗି ଏସଡିଆରଏଫକୁ ଉପଯୋଗ କରାଯାଇଥାଏ।

 

 

Get real time updates directly on you device, subscribe now.