fbpx

ଖରାପ କଫି ପିଆଇବାରୁ ରାଗରେ ଆସି ୱେଟ୍ରେସକୁ ଗିରଫ କଲା ପୋଲିସ୍!

ନୂଆଦିଲ୍ଲୀ: ଜଣେ ପୋଲିସ୍ ଅଫିସରକୁ ତାଙ୍କ ମନପସନ୍ଦର କଫି ନ ମିଳିବାରୁ ଖୁବ୍ ଜୋରରେ ରାଗିଗଲା । ଏହାପରେ ଉକ୍ତ କଫି ସପ୍ ଉପରେ ପୋଲିସ୍ ଅଫିସର୍ ଜଣକ ଅଭିଯୋଗ ଆଣିଥିଲେ ଯେ, ଏଠାରେ ତାଙ୍କୁ ଖୁବ ଖରାପ କଫି ଦେଇଥିଲେ । ଏହାପରେ ସେ ଯାହା ପଦକ୍ଷେପ ଉଠାଇଥିଲେ ତାହା ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ପୂରା ମାମଲା ।

ଏହି ମାମଲା ସ୍ପେନ୍ ର ପେମ୍ପଲୋନା ସହରର । ଏଠାକୁ ଜୁଲାଇ ୨୦୧୯ ରେ ଜଣେ ପୋଲିସ୍ ଅଫିସର୍ କୋଲ୍ଡ କଫି ପିଇବାକୁ ଯାଇଥିଲେ । ସେ ୱେଟ୍ରେସ୍ କୁ କଫି ଆଣିବା ପାଇଁ କହିବାପରେ କଫି ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲେ । ୱେଟ୍ରେସ୍ କଫି ଆଣିବା ପରେ ଅଳ୍ପ ଟିକେ ପିଇଛନ୍ତି କି ନାହିଁ ସଙ୍ଗେ ସଙ୍ଗେ ପାଟିରୁ କାଢ଼ି ଦେଇଥିଲେ । କଫି ଖୁବ୍ ଖରାପ ହୋଇଥିବା ସେ ଅଭିଯୋଗ ଆଣିଥିଲେ । ଆଉ ଏହାପରେ କଥା ଏତେ ଆଗକୁ ବଢ଼ିଯାଇଥିଲା ଯେ, ଦୁହିଁଙ୍କ ମଧ୍ୟରେ ଖୁବ୍ ଗଣ୍ଡଗୋଳ ହେବାକୁ ଲାଗିଲା ।

ସୂଚନା ଅନୁସାରେ, ୱେଟ୍ରେସ୍ ଓ ପୋଲିସ୍ ଅଫିସର୍ କଫି ସପ୍ ଭିତରେ ଖୁବ୍ ଝଗଡ଼ା କରିବାକୁ ଲାଗିଲେ । ମହିଳା ଜଣକ ପୋଲିସ ଉପରେ ରାଗି ଯାଇ ଅନେକ କଥା କହିଥିଲେ । ଏହାପରେ ଖରାପ ବ୍ୟବହାର ଓ କଫି ପାଇଁ ପୋଲିସ୍ ଜଣକ ଉକ୍ତି ୱେଟ୍ରେସ୍ କୁ ଗିରଫ କରିନେଲେ । ତେବେ ପୋଲିସ୍ ଏହିପରି ଭାବେ ମହିଳାଙ୍କୁ ଗିରଫ କରିବା ପରେ ଉକ୍ତ ପୋଲିସ୍ କୁ ସସପେଣ୍ଡ କରିଦିଆଯାଇଥିଲା । ହେଲେ ମାମଲା ପର୍ଯ୍ୟନ୍ତ ପହଞ୍ଚିବା ପରେ କୋର୍ଟ ପୋଲିସ୍ କୁ ସମର୍ଥନ କରିଥିଲେ ।

କୋର୍ଟ କହିଥିଲେ ଯେ, ମହିଳାଙ୍କ ପୋଲିସ୍ ପ୍ରତି ଏପରି ବ୍ୟବହାର ଅସହନୀୟ ଥିଲା । ତେଣୁ ତାଙ୍କୁ ଗିରଫ କରାଯିବା କୌଣସି ଭୁଲ ନୁହେଁ । କାରଣ ପୋଲିସ୍ କର୍ମୀ ସେ ସମୟରେ କଫି ସପ୍ ର ଗ୍ରାହକ ଥିଲେ । ତେଣୁ ଗ୍ରାହକଙ୍କ ଅଧିକାର ହେଉଛି ଯେ, ସର୍ଭିସ୍ ରେ ଅସନ୍ତୁଷ୍ଟ ହେବା ଦ୍ୱାରା ସେ ସମ୍ପର୍କରେ ଗ୍ରାହକଙ୍କ ସହ ଆଲୋଚନା କରିବେ ।

Get real time updates directly on you device, subscribe now.