fbpx

ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ, ଡିଜିପିଙ୍କ ସୂଚନା

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି । ମାଥିଲି ଥାନା ତୁଳସୀ ଫରେଷ୍ଟ ରେଞ୍ଜରେ ଗୁଳି ବିନିମୟ ହୋଇଛି । ନିହତ ୩ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି । ଏହା ସହ ଘଟଣାସ୍ଥାଳରୁ ୨ଟି ବନ୍ଧୁକ ଜବତ କରାଯାଇଛି । ଏବେ ବି କମ୍ବିଂ ଅପରେସନ ଜାରି ରହିଛି । ଏନକାଉଣ୍ଟର ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଜିପି ଅଭୟ ।

ଡିଜିପିଙ୍କ ମତରେ, ‘ତୁଳସୀ ରିଜର୍ଭ ଫରେଷ୍ଟରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏଥିରେ ୨ଟି ବନ୍ଧୁକ ଜବତ କରାଯାଇଥିବା ବେଳେ ଅପରେସନ ଜାରି ରହିଛି । ଏଥିରେ ୩ ମାଓବାଦୀ ନିହତ ହୋଇଥିବା ବେଳେ କୌଣସି ପୋଲିସ ଅଧିକାରୀଙ୍କ କିଛି କ୍ଷତି ହୋଇନି ।’

Get real time updates directly on you device, subscribe now.