fbpx

ଏହି ଖାଦ୍ୟଗୁଡ଼ିକୁ ଆପଣାଇଲେ ଧୀରେ ଧୀରେ ବୃଦ୍ଧି ପାଇବ ଆପଣଙ୍କର ଉଚ୍ଚତା

ମଣିଷର ଉଚ୍ଚତା ସାଧାରଣତଃ ବଂଶାନୁକ୍ରମିକ ହୋଇଥାଏ । ପିତାମାତାଙ୍କ ଶାରୀରିକ ଗଠନ ସନ୍ତାନମାନଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ । ଏହାଛଡ଼ା ଶରୀରର ଅଭିବୃଦ୍ଧି ଓ ବିକାଶ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପୋଷକ ତତ୍ତ୍ୱର ମଧ୍ୟ ଆବଶ୍ୟକତା ରହିଛି । ବୈଜ୍ଞାନିକଙ୍କ ମତରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ପହଞ୍ଚିବା ପରେ ମଣିଷର ଶରୀରର ଉଚ୍ଚତା ଆଉ ବୃଦ୍ଧି ହୁଏ ନାହିଁ । କିନ୍ତୁ ଆପଣ କଣ ଜାଣନ୍ତି କି, ଏପରି ଅନେକ ଖାଦ୍ୟ ଆମର ହାଡ଼ ଓ ଗଣ୍ଠିକୁ ମଜବୁତ କରିବା ସହ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ ଯାହା ଶରୀରର ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରିଥାଏ ।

– ପୋଷକ ତତ୍ତ୍ୱ ସହ ପ୍ରୋଟିନରେ ଭରପୁର ଥିବା ଚିକେନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ ବି-୧୨ ଏକ ଜଳ ଦ୍ରବଣୀୟ ଭିଟାମିନ ହୋଇଥିବାରୁ ଏହା ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ ।

– ବନ୍ଧାକୋବି ସହ ଅନ୍ୟ ପତ୍ରଜାତୀୟ ସବଜିରୁ ଅନେକ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଭିଟାମିନ-ସି, କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ପୋଟାସିୟମ, ଭିଟାମିନ-କେ ରହିଥାଏ । ଏହା ହାଡ଼ ସହ ଉଚ୍ଚତା ବୃଦ୍ଧି କରିଥାଏ ।

– କନ୍ଦମୂଳ ଶରୀରରେ ହାଡ଼ର ସମସ୍ୟାକୁ ଦୂର କରିବା ସହ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ । ଏଥିରେ ଦ୍ରବଣୀୟ ଓ ଅଣଦ୍ରବଣୀୟ ଦୁଇପ୍ରକାର ଉପାଦାନ ରହିଥାଏ, ଯାହା ହଜମ କ୍ରିୟାକୁ ଠିକ୍ ରଖିବା ସହ ଶରୀରରେ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।

– ଅଣ୍ଡା ଏକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ହାଡ଼ ସମସ୍ୟାକୁ ଦୂର କରିବା ପାଇଁ ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି । ନିୟମିତ ଅଣ୍ଡା ସେବନ ଦ୍ୱାରା ପିଲାମାନଙ୍କ ଉଚ୍ଚତାରେ ବୃଦ୍ଧି ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡ଼ିଛି ।

Get real time updates directly on you device, subscribe now.