fbpx

ହାଇକୋର୍ଟ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ(ଓଡ଼ିଶା ଭାସ୍କର): ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ପାଇଁ ହାଇକୋର୍ଟରେ ଆଦେବନ କରିଛନ୍ତି ପ୍ରଶାନ୍ତ । ତଳ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଏବେ ଜେଲରେ ଅଛନ୍ତି ବିଧାୟକ । ବିଜେପି କର୍ମୀଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ବିଧାୟକ । ତେବେ ଶୁକ୍ରବାର ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଖୋର୍ଦ୍ଧା ଏଡିଜେ-୧ କୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ଏଡିଜେ କୋର୍ଟରେ ହାଜର ହୋଇଥିଲେ । ଆଗୁଆ ଜାମିନ ନଦେଇ ତଳ କୋର୍ଟ ଯିବାକୁ କହିଥିଲେ ହାଇକୋର୍ଟ । ପ୍ରଶାନ୍ତଙ୍କ ନାଁରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାମଲା ରହିଛି ।

ସୂଚନାଯୋଗ୍ୟ ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ସଙ୍ଗୀନ ଦଫା ମଧ୍ୟ ଲଗାଯାଇଛି । ଏସସି/ଏସଟି ଆଇନ ସହିତ ବିଭିନ୍ନ ଅପରାଧିକ ଦଫା ଲାଗିଥିବା ଜଣାପଡିଛି । ତେବେ ଦୀର୍ଘ ୧ ମାସ ଧରି ଫେରାର ଥିବା ବିଧାୟକ ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ବାଲୁଗାଁରେ ବିଜେପି ନେତାଙ୍କୁ ମାଡ଼ ମାରିବା ଦୃଶ୍ୟ ଭାଇରାଲ ହେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯିବା ସହ ଜିଲ୍ଲା ଯୋଜନା ବୋର୍ଡରୁ ମଧ୍ୟ ନିଲମ୍ବିତ କରାଯାଇଥିଲା ।

Get real time updates directly on you device, subscribe now.