fbpx

ମୁମ୍ବାଇ ପରେ ଅଦାନୀ ଗ୍ରୁପକୁ ମିଳିଲା ଆଉ ଏକ ଏୟାରପୋର୍ଟର ଚାବି, ମିଳିଲା ୫୦ ବର୍ଷ ପାଇଁ ଲିଜ୍

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍ ଆଉ ଏକ ଏୟାରପୋର୍ଟର ନିୟନ୍ତ୍ରଣକୁ ହାତେଇଛି । ଏହି କ୍ରମରେ ଜୟପୁର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର ନିୟନ୍ତ୍ରଣ ଏବେ ଅଦାନୀ ଗ୍ରୁପ୍ କୁ ମିଳିଛି । ସୋମବାର ଦିନ ଏହି ଏୟାରପୋର୍ଟକୁ ଅଦାନୀ ଗ୍ରୁପ୍ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ଠାରୁ ହାସଲ କରିଛି । ସରକାର ଜୟପୁର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟକୁ ଅଦାନୀ ଗ୍ରୁପ୍ କୁ ୫୦ ବର୍ଷ ପାଇଁ ଲିଜ୍ ରେ ଦେଇଛନ୍ତି ।

ଏୟାରପୋର୍ଟର ଡାଇରେକ୍ଟର୍ ଜେଲସ୍ ବଳହାରାନେ ସୋମବାର ଦିନ ଜୟପୁର ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ର ମୁଖ୍ୟ ଏୟାରପୋର୍ଟ ଅଫିସର୍ ବିଷ୍ଣୁ ଝାଙ୍କୁ ଏୟାରପୋର୍ଟର ପ୍ରତୀକାତ୍ମକ ଚାବି ପ୍ରଦାନ କରିଛନ୍ତି । ବଲହାରା କହିଛନ୍ତି ଯେ, ଏବେ ଜୟପୁର ଏୟାରାପୋର୍ଟର ଅପରେସନ୍, ରକ୍ଷଣାବେକ୍ଷଣ ଏବଂ ବିକାଶ ଅଦାନୀ ଗ୍ରୁପ୍ ଦ୍ୱାରା ପିପିପି ମଡେଲ୍ ରେ କରାଯିବ ।

ସୂଚନାଯୋଗ୍ୟ, ଯେ, ଅଦାନୀ ଗ୍ରୁପ୍ ପାଖରେ ପୂର୍ବରୁ ହିଁ ୬ଟି ଏୟାରପୋର୍ଟ ରହିଛି । ଏହାସହିତ ଜୟପୁର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟକୁ ମିଶାଇ ୭ଟି ଏୟାରପୋର୍ଟ ଏବେ ଅଦାନୀ ଗ୍ରୁପ୍ ହାତରେ ଏଣିକି ରହିବ । ବ୍ୟବସାୟୀ ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ୍ ଗତ ଗୁଲାଇ ମାସରେ ହିଁ ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟକୁ ଟେକ୍ ଓଭର୍ ପ୍ରକିୟାକୁ ପୂରା କରିଛନ୍ତି । ତେବେ ଅଦାନୀ ଗ୍ରୁପ୍ କିଛି ବର୍ଷ ହେଲା ଏଭିଏସନ୍ ସେକ୍ଟର୍ ରେ ନିଜର ସ୍ଥିତିକୁ ମଜବୁତ୍ କରୁଛି ।

Get real time updates directly on you device, subscribe now.