fbpx

ପୋଲିସ କମିସନର ରାକେଶ ଆସ୍ଥାନାଙ୍କୁ ବଡ ଆଶ୍ୱସ୍ତି, ଆବେଦନ ଅଗ୍ରାହ୍ୟ କଲେ ହାଇକୋର୍ଟ

ନୂଆଦିଲ୍ଲୀ : ପୋଲିସ କମିସନର ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି । ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ପୋଲିସ କମିସନର ଆସ୍ଥାନାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଅଦାଲତ କହିଛନ୍ତି, ରାକେଶ ଆସ୍ଥାନା ନିଜ ପଦରେ ରହି ପାରିବେ । ଅଣ ସରକାରୀ ସଂଗଠନ ସେଣ୍ଟର ଫର ପବ୍ଲିକ ଲିଟିଗେସନ(ସିପିଆଇଏଲ) ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଆବେଦନରେ କୁହାଯାଇଥିଲା ଯେ, ଆସ୍ଥାନାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବାକି ରହିଥିଲା । ହେଲେ ତାଙ୍କ ନିଯୁକ୍ତି ପାଇଁ ୟୁପିଏସସିର କୌଣସି ପ୍ୟାନେଲ ଗଠନ କରାଯାଇନଥିଲା । ଏପରିକି ପୋଲିସ କମିସନର ଭାବେ ସର୍ବନିମ୍ନ ଦୁଇ ବର୍ଷ କାର୍ଯ୍ୟକାଳର ମାନ ଦଣ୍ଡକୁ ମଧ୍ୟ ଅଣଦେଖା କରାଯାଇଥିଲା । ସୁପ୍ରିମକୋର୍ଟ ଆସ୍ଥାନାଙ୍କ ନିଯୁକ୍ତି ଉପରେ ଦାଖଲ ଆବେଦନ ଉପରେ ଦୁଇ ସପ୍ତାହରେ ନିଷ୍ପତ୍ତି ନେବାକୁ ଉଚ୍ଚ ନ୍ୟାୟାଳୟକୁ କହିଥିଲେ ।

ରାକେଶ ଆସ୍ଥାନାଙ୍କୁ କାର୍ଯ୍ୟକାଳ ସରିବାର ଠିକ୍ ପୂର୍ବରୁ ଦିଲ୍ଲୀ ପୋଲିସ କମିସନର ନିଯୁକ୍ତ କରି ନିୟମର ଉଲ୍ଲଂଘନ ହୋଇଥିବା ଆବେଦନରେ ଦର୍ଶାଯାଇଛି । ତାଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ଉକ୍ତ ସଂଗଠନ ହାଇକୋର୍ଟଙ୍କୁ ଅପିଲ୍ କରିଛନ୍ତି । ହେଲେ କୋର୍ଟ ମାମଲାର ଶୁଣାଣି କରି ଆବେଦନକୁ ଅଗ୍ରାହ୍ୟ କରିବା ସହିତ ରାକେଶ ଆସ୍ଥାନା ତାଙ୍କ ପଦରେ ରହି ପାରିବେ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ।

 

Get real time updates directly on you device, subscribe now.