fbpx
BSKY
BJD MC SKY
BJD YOUTH SKY

UGC FYUP ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କୁ କ’ଣ ସବୁ ବେନିଫିଟ୍ ମିଳିବ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଫୋର ଇୟର ୟୁନିଭରସିଟି ପ୍ର୍ରୋଗ୍ରାମ ଫ୍ରେମୱାର୍କ (ଏଫୱାଇୟୁପି) ପାଇଁ ନୋଟିଫିକେସନ ଜାରି କରାଯାଇଛି । ଆସନ୍ତା ଶିକ୍ଷାବର୍ଷ ୨୦୨୩-୨୪ଠାରୁ ଏହା ଲାଗୁ କରିବା ପାଇଁ ୟୁଜିସି ପକ୍ଷରୁ ସ୍ଥିରୀକୃତ ହୋଇଛି । ଦେଶର ସମସ୍ତ ୪୫ଟି ୟୁନିଭରସିଟି, ରାଜ୍ୟ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଚାରିବର୍ଷିଆ ଅଣ୍ଡରଗ୍ରାଜୁଏଟ କୋର୍ସକୁ ଆରମ୍ଭ କରାଯିବ ବୋଲି କୁହାଯାଇଛି ।

ଏଫୱାଇୟୁପି ଅନୁଯାୟୀ, ଛାତ୍ରଛାତ୍ରୀମାନେ ୪ ବର୍ଷରେ ୮ଟି ସେମିଣ୍ଟରରେ ଗ୍ରାଜୁଏସନ ଡିଗ୍ରୀ ସମାପ୍ତ କରିବେ । ଏହା ମାଧ୍ୟମରେ ସେମାନଙ୍କୁ ଅନର୍ସ ଓ ରିସର୍ଚ୍ଚର ବିକଳ୍ପ ମିଳିବ । ୟୁଜିସି ନିୟମ ମୁତାବକ, ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଅନେକ କିଛି ବେନିଫିଟ୍ ପାଇପାରିବେ । ଦ୍ୱାଦଶ ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଢାଞ୍ଚା ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯିବ । ଯେଉଁମାନେ ୩ ବର୍ଷରେ ଗ୍ରାଜୁଏସନ କରିବାକୁ ଚାହିଁବେ ସେମାନଙ୍କୁ ୧୨୦ଟି କ୍ରେଡିଟ୍ ପ୍ରାପ୍ତ କରିବାକୁ ପଡ଼ିବ । ସେହିପରି ୪ ବର୍ଷରେ ୟୁଜି ଅନର୍ସ ଡିଗ୍ରୀ ପାଇଁ ୧୬୦ଟି କ୍ରେଡିଟ ହାସଲ କରିବାକୁ ପଡ଼ିବ ।

୧- ଯେଉଁ ଛାତ୍ରଛାତ୍ରୀମାନେ ଆସନ୍ତା ଶିକ୍ଷାବର୍ଷରେ ଏଫୱାଇୟୁପିରେ ନାମଲେଖାଇବେ, ସେମାନେ ଅନେକ ଫାଇଦା ପାଇବେ । ନୂଆ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ତିନି ବର୍ଷ ପୂର୍ବରୁ ପାଠପଢ଼ା ଛାଡ଼ିଦେବ, ତେବେ ତାକୁ ତିନି ବର୍ଷ ମଧ୍ୟରେ ପୁଣି ସାମିଲ ହେବାକୁ ଅନୁମତି ଦିଆଯିବ । ଏଥିସହିତ ଛାତ୍ରଛାତ୍ରୀଙ୍କୁ ୭ ବର୍ଷ ଅବଧି ମଧ୍ୟରେ ନିଜର ଗ୍ରାଜୁଏସନ ଡିଗ୍ରୀ ହାସଲ କରିବାର ସୁଯୋଗ ଦିଆଯିବ ।

୨- ୟୁଜି କୋର୍ସରେ ଆଡମିସନ ନେବା ସମୟରେ ଯେଉଁ କୋର୍ସକୁ ବାଛିବେ ତା’ର ବିଷୟ ବଦଳିପାରେ । ପ୍ରଥମ ଭାଗର ତିନି ସେମିଷ୍ଟରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କମନ ଓ ଇଣ୍ଟ୍ରୋକ୍ଟରୀ କୋର୍ସରେ ବାଧ୍ୟତାମୂଳକ ଭାବେ ପାଠ ପଢ଼ିବାକୁ ପଡ଼ିବ । ଦ୍ୱିତୀୟ ଭାଗର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସେମିଷ୍ଟରରେ ଏକ ମୁଖ୍ୟ ବିଷୟ ନେବାକୁ ପଡ଼ିବ । ଏଥିସହିତ ଦୁଇଟି ଛୋଟ ମାଇନର ବିଷୟର ବିକଳ୍ପ ମିଳିବ । ତୃତୀୟ ଭାଗରେ ସପ୍ତମ ଓ ଅଷ୍ଟମ ସେମିଷ୍ଟରକୁ ସାମିଲ କରାଯାଇଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ଅନର୍ସ ଓ ରିସର୍ଚ୍ଚର ବିକଳ୍ପ ମିଳିବ ।

୩- ୟୁଜି କୋର୍ସରେ ପ୍ରବେଶ କରୁଥିବା ଶିକ୍ଷାର୍ଥୀଙ୍କୁ ସମସ୍ତ ବିଷୟରେ ନିଜର ରୁଚିର କୋର୍ସ ବାଛିବାର ସୁଯୋଗ ମିଳିବ । ଯଦି ସେମାନେ ଚାହିଁବେ ତେବେ ପ୍ରଥମରୁ ଚାଲି ଆସୁଥିବା ତିନି ବର୍ଷୀୟା ୟୁଜି ପ୍ରୋଗ୍ରାମକୁ ଜାରି ରଖିପାରିବେ ।

୪- ନୂଆ ନିୟମ ଅନୁସାରେ ୭ ବର୍ଷ ମଧ୍ୟରେ ଏଣ୍ଟ୍ରି-ଏଗଜିଟର ସୁବିଧା ମିଳିବ । ଚାରି ବର୍ଷିୟା ୟୁଜି ଡିଗ୍ରୀ ପ୍ରୋଗ୍ରାମ କରୁଥିବା ଛାତ୍ରଛାତ୍ରୀ ସିଧାସଳଖ ପିଏଚଡି ପାଇଁ ଯୋଗ୍ୟ ହେବେ । ପ୍ରଥମ ବର୍ଷର ପାଠପଢ଼ାରେ ସାର୍ଟିଫିକେଟ, ଦ୍ୱିତୀୟରେ ଡିପ୍ଲୋମା, ତୃତୀୟରେ ଡିଗ୍ରୀ, ଚତୁର୍ଥରେ ଅନର୍ସ ଡିଗ୍ରୀ ଓ ରିସର୍ଚ୍ଚ ଡିଗ୍ରୀ ମିଳିବ ।

୫- ୟୁଜିସି ଏଫୱାଇୟୁପି ଫ୍ରେମୱାର୍କରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ନିକଟରେ କ୍ଲାସ ନେବାର ଢାଞ୍ଚା ବଦଳାଇବା ନେଇ ବିକଳ୍ପ ରହିବ । ସେମାନେ ଅନଲାଇନ, ଅଫଲାଇନ ବା ଓଡିଏଲ ମୋଡ଼ରେ କ୍ଲାସ ନେବାର ଅପ୍ସନ ବାଛି ପାରିବେ । ଅଧିକ ତଥ୍ୟ ଜାଣିବା ପାଇଁ ଅଫିସିଆଲ ବିଜ୍ଞପ୍ତି ଦେଖିପାରିବେ ।

Get real time updates directly on you device, subscribe now.