fbpx
BSKY
BJD YOUTH SKY
BJD MS SKY

ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର: ପଦୋନ୍ନତି ଏବଂ ସହଜରେ ପେନ୍‌ସନ ପାଇଁ ସହାୟତା କେନ୍ଦ୍ର ଖୋଲିଲେ ରାଜ୍ୟ ସରକାର

ଭୁବନେଶ୍ୱର: ସରକାରୀ ଚାକିରିଆଙ୍କୁ ସମୟ ଭିତ୍ତିକ ପଦୋନ୍ନତି ଏବଂ ଚାକିରୀରୁ ଅବସର ଗ୍ରହଣ ପରେ ସହଜରେ ପେନ୍‌ସନ ପ୍ରଦାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିନିମନ୍ତେ ପ୍ରତି କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର ଖୋଲିବାକୁ ନିଷ୍ପତି ନେଇଛନ୍ତି ସରକାର । ଏହା ସହିତ ଆବଶ୍ୟକସ୍ଥଳେ ସମସ୍ତ ସହଯୋଗ ଯୋଗାଇଦେବାକୁ ବିଭିନ୍ନ ବିଭାଗର ନିର୍ଦ୍ଦେଶକଙ୍କ ମାଧ୍ୟମରେ ସଂପୃକ୍ତ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ଚାକିରିରୁ ଅବସର ଗ୍ରହଣ କରିବା ପରେ ଦୀର୍ଘଦିନ ଧରି ପେନ୍‍ସନ ପାଇ ନ ଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍‍ ପାଇଁ ଆବେଦନ କରିପାରିବେ । ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିରେ ସବୁ ପ୍ରକାର ସହଯୋଗ ପ୍ରଦାନ ପାଇଁ ବିଭିନ୍ନ ବିଭାଗର ନିର୍ଦ୍ଦେଶକମାନେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପେନସନ୍‍ ସମସ୍ୟାର ସମାଧାନ ପାଇଁ ଖୁବ୍‍ ଶୀଘ୍ର ପେନ୍‍ସନ୍‍ ଅଦାଲତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହାପୂର୍ବରୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରି ପେନସନ୍‍ ପାଇ ନ ଥିବା କର୍ମଚାରୀଙ୍କୁ ଯୋଗାଯୋଗ କରି ଆବଶ୍ୟକ କାଗଜପତ୍ର ନିମନ୍ତେ ସହଯୋଗ କରିବେ । ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.