fbpx
BSKY
BJD MC SKY
BJD YOUTH SKY

ଶରୀରରେ ଏହି କାରଣରୁ ବଢିଥାଏ ୟୁରିକ୍ ଏସିଡ୍, ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହିତ ହୃଦଘାତର ଆଶଙ୍କା ବି ବଢିଯାଏ

ନୂଆଦିଲ୍ଲୀ:ବହୁ ଲୋକଙ୍କର ହାତ ଗୋଡରେ ପ୍ରାୟ ସମୟରେ ଯନ୍ତ୍ରଣା ହୋଇଥାଏ । ବିଶେଷ କରି ଗଣ୍ଠି ସ୍ଥାନଗୁଡିକରେ ବା ଜଏଣ୍ଟ ସ୍ଥାନରେ ଲୋକଙ୍କୁ ଅଧିକ ଯନ୍ତ୍ରଣା ହୋଇଥାଏ । ଏହି ସମସ୍ୟା କାରଣରୁ ବସିବା ଉଠିବା ବି କଷ୍ଟଦାୟକ ହୋଇଯାଏ । ବହୁ ଲୋକ ପାଣିପାଗରେ ପରିବର୍ତ୍ତନ କାରଣରୁ ଏପରି ଯନ୍ତ୍ରଣା ହେଉଛି ଭାବି ଏହାକୁ ଗୁରୁତ୍ୱର ସହ ନେଇ ନ ଥାନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଆପଣଙ୍କ ଏହି ସମସ୍ୟାର କାରଣ ଶରୀରରେ ବୃଦ୍ଧି ପାଇଥିବା ୟୁରିକ ଏସିଡ ବି ହୋଇଥାଇପାରେ ବୋଲି । ଏବେ ତ ୟୁରିକ ଏସିହ୍ ବୃଦ୍ଧି ପାଇବା ପରି ସମସ୍ୟା ଏକ ସାଧାରଣ ସମସ୍ୟା ପାଲଟିଗଲାଣି ।

ୟୁରିକ ଏସିଡ୍ ବଢିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । କିଛି ଅଧ୍ୟୟନରୁ ଜଣାପଡିଛି ୟୁରିକ ଏସିଡ୍ ବଢିଯିବା ଦ୍ୱାରା ହୃଦଘାତର ସମ୍ଭାବନା ବି ବଢିଯାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଶରୀରରେ ୟୁରିକ ଏସିଡ୍ କାହିଁକି ବଢିଥାଏ ଓ ଏହା ବଢିଯିବା ପରେ କ’ଣ ଲକ୍ଷଣ ପରିପ୍ରକାଶ ପାଇଥାଏ ।

ୟୁରିକ ଏସିଡ ଏକ ପ୍ରକାର କେମିକାଲ ଯାହା ଆମ ରକ୍ତରେ ରହିଛି । ଏହା ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ପ୍ୟୁରିନଯୁକ୍ତ ଖାଦ୍ୟ ପଦାର୍ଥ ବୃଦ୍ଧି ପାଇଥାଏ । ଯେତେବେଳେ ଶରୀରରେ ପ୍ୟୁରିନ ମାତ୍ରା ବଢିଥାଏ ଓ କିଡନୀ ଏହାକୁ ଠିକ୍ ଭାବରେ ଫିଲଟର କରିପାରି ନ ଥାଏ ସେତେବେଳେ ୟୁରିକ ଏସିଡ ସ୍ତର ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ଓ ମଦ୍ୟପାନ ୟୁରିକ ଏସିଡ୍ ନିଷ୍କାସନକୁ ମନ୍ଥର କରିଦିଏ । ଏହା ବଢିବା ପଛରେ ଆହୁରି କିଛି କାରଣ ମଧ୍ୟ ରହିଛି ଯେପରିକି…
୧- ଅଧିକ ମଦ୍ୟପାନ
୨- ମୋଟାପା
୩- ପ୍ୟୁରିନଯୁକ୍ତ ଖାଦ୍ୟ ଯେପରିକି ଛତୁ, ରାଜମା, କୋବି ଇତ୍ୟାଦି ।
୪- ବଂଶାନୁଗତ କାରଣ
୫-ସୋରାୟସିସ୍
୬-ଦୂର୍ବଳ ରୋଗ ପ୍ରତିରୋଧକ ଶକ୍ତି
ଲକ୍ଷଣ:
୧-ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା
୨-ଗଣ୍ଠି ସ୍ଥାନରେ ଲାଲ ପଡିଯିବା
୩-ପିଠିର ତଳ ଭାଗରେ ଭୀଷଣ ଯନ୍ତ୍ରଣା
୪-ଛାତି ଥରିବା
୫-ବାନ୍ତି ଲାଗିବା,
୬-ପରିସ୍ରା ନିୟନ୍ତ୍ରଣ କରି ନ ପାରିବା
୭-ପରିସ୍ରାରେ ରକ୍ତ ପଡିବା
ଖାଦ୍ୟପେୟରେ ନିୟନ୍ତ୍ରଣ ଆଣି ଆପଣ ୟୁରିକ ଏସିଡକୁ କମ୍ କରିପାରିବେ ।
କ’ଣ ଖାଇବେନି:
-ଓଟସ୍
-ଲାଲ ମାଂସ
-ସି’ଫୁଡ୍
-ମିଠା
-ଡାଲି
-ପାଳଙ୍ଗ, ଛତୁ, ମଟର

Get real time updates directly on you device, subscribe now.