fbpx

ଓଡ଼ିଶାରେ ୩ୟ ଲହରର ପ୍ରଭାବକୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଓଡ଼ିଶାରେ ତୃତୀୟ ଲହରର ସେମିତି ପ୍ରଭାବ ପଡ଼ିନପାରେ । ଅନ୍ୟ ରାଜ୍ୟ ତୁଳନାରେ ଆମେ ଭଲ ସ୍ଥିତିରେ ଅଛୁ । ସେରୋସର୍ଭେ ରିପୋର୍ଟ ଅନୁସାରେ ସବୁ ବର୍ଗର ଲୋକଙ୍କ ଆଣ୍ଟିବଡ଼ି ବଢ଼ିଛି । ଭ୍ୟାକ୍ସିନ ଡ୍ରାଇଭ କାମ କରୁଛି । ଏବେର ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ଅଛି, ତଥାପି ଖାମଖିଆଲି ହେବାନି । କୋଭିଡ କଟକଣା ମାନିବା ଦ୍ୱାରା ଭଲ ସ୍ଥିତିରେ ରହିବା ।’

ହେଲ୍ଥ କେୟାର ୱାର୍କରଙ୍କର ୯୩ ପ୍ରତିଶତ, ସାଧାରଣ ଲୋକଙ୍କର ୭୩ ପ୍ରତିଶତ ଆଣ୍ଟିବଡ଼ି ବିକଶିତ ହୋଇଛି । ଟିକା ନେଇଥିବା ଲୋକଙ୍କର ବି ଭଲ ଆଣ୍ଟିବଡ଼ି ରହୁଥିବା ସର୍ଭେରୁ ଜଣାପଡିଛି । କୋଭିସିଲ୍ଡ ଓ କୋଭାକ୍ସିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Get real time updates directly on you device, subscribe now.