fbpx

ନୂଆ ଶିକ୍ଷାନୀତିକୁ ନେଇ କଣ କହିଲେ ପ୍ରଧାନମନ୍ତ୍ରୀ? ଜାଣନ୍ତୁ

ନୂଆଦିଲ୍ଲୀ, ୭ା୮: ନୂଆ ଶିକ୍ଷାନୀତିକୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘଦିନ ଧରି ନୂଆ ଶିକ୍ଷାନୀତିର ଅପେକ୍ଷା ଥିଲା । ସେ କହିଛନ୍ତି ନୂଆ ଶିକ୍ଷା ନୀତି ନୂଆ ଭାରତର ଆଧାରଶୀଳ ହେବ । ଗତ ୩୪ବର୍ଷ ପରେ ଦେଶରେ ଶିକ୍ଷାନୀତି ବଦଳିଛି । ବହୁ ବିଚାରବିମର୍ଶ ପରେ ଏହି ଶିକ୍ଷାନୀତିକୁ ମଞ୍ଜୁରି ମିଳିଛି । ଦେଶକୁ ଉନ୍ନତ କରିବା ଭଳି ଶିକ୍ଷାନୀତି ଆସିଛି । ୩ୟ, ୫ମ ଓ ୮ମ ଶ୍ରେଣୀରେ ପରୀକ୍ଷା ହେବ ବୋଲି ମୋଦି କହିଛନ୍ତି । ବର୍ଷକୁ ଦୁଇଥରପରୀକ୍ଷା କରିବାକୁ ବ୍ୟବସ୍ଥା କରାଯିବ । ବହିର ବୋଝ ହ୍ରାସ କରିବାକୁ ପ୍ରୟାସ ଜାରି ରହିବ ବୋଲି ମୋଦି କହିଛନ୍ତି ।

Get real time updates directly on you device, subscribe now.