fbpx

ଟିକ୍ ଟକ୍ ଓ ୱିଚାଟକୁ ନେଇ ଜାଣନ୍ତୁ କଣ ନିଷ୍ପତ୍ତି ନେଲେ ଟ୍ରମ୍ପ?

ନୂଆଦିଲ୍ଲୀ, ୭ା୮: ଭାରତ ପରେ ଆମେରିକା ପକ୍ଷରୁ ଚୀନକୁ ଆଉ ଏକ ଝଟକା । ଟିକ୍ ଟକ୍ ଓ ୱିଚାଟ ଆପ୍ କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆମେରିକାରେ ୪୫ଦିନ ପରେ ଟିକ୍ ଟକ୍ ଓ ୱିଚାଟ ବ୍ୟାନ ହେବ ବୋଲି ସେ ନିଷ୍ପତ୍ତି ନେଇଛନ୍ତି । ଏହାସହ ଏହି ଦୁଇଟି ଆପକୁ ବ୍ୟାନ କରିବା ପାଇଁ ଅର୍ଡ଼ର ଜାରି କରାଯାଇଛି । ୟୁଜରଙ୍କ ଡାଟା ଚୋରାଉଥିବା ଅଭିଯୋଗରେ ଆମେରିକା ବ୍ୟାନ କରିଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଭାରତରେ ମଧ୍ୟ ଟିକ୍ ଟକ୍ ବ୍ୟାନ କରାଯାଇଛି ।

Get real time updates directly on you device, subscribe now.