fbpx

Excise Duty ବାସ୍ତବରେ କ’ଣ? ଏହାକୁ କମାଇଦେଲେ ସଙ୍ଗେସଙ୍ଗେ କମିଯାଉଛି ପେଟ୍ରୋଲ, ଡିଜେଲ ଦର

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ଫଳରେ ତୈଳ ଦର କମିଯାଇଛି । ସରକାର ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଇ ଥିଲେ । ଫଳରେ ପେଟ୍ରୋଲ ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇଥିଲା । ତେବେ ଅଧିକାଂଶ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ, କ’ଣ ଏଇ ଏକ୍ସାଇଜ୍ ଡ୍ୟୁଟି । ଏହାର ଦାମ୍ କମିଲେ ତୈଳ ଦର କିପରି କମିଯାଉଛି?

ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଟ୍ୟାକ୍ସ ଲାଗୁ କରିଥାନ୍ତି । ରାଜ୍ୟ ସରକାର ଭାଲ୍ୟୁ ଆଡେଡ୍ ଟ୍ୟାକ୍ସ (ଭାଟ୍) ଲାଗୁ କରୁଥିବା ବେଳେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିଥାନ୍ତି । ଏକ୍ସାଇଜ୍ ଡ୍ୟୁଟିକୁ ଏକ୍ସାଇଜ୍ ଟ୍ୟାକ୍ସ ମଧ୍ୟ କୁହାଯାଏ । ଏହା ହେଉଛି ଦେଶ ମଧ୍ୟରେ ବିଭିନ୍ନ ସାମଗ୍ରୀର ଉତ୍ପାଦନ ଓ ତା’ର ବିକ୍ରି ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହେଉଥିବା ଟ୍ୟାକ୍ସ । ଏହା ଏକପ୍ରକାର ଅପ୍ରତ୍ୟକ୍ଷ ଟ୍ୟାକ୍ସ ଅଟେ । ଏକ୍ସାଇଜ୍ ଡ୍ୟୁଟିକୁ ଏବେ ସେଣ୍ଟ୍ରାଲ ଭାଲ୍ୟୁ ଆଡେଡ୍ ଟ୍ୟାକ୍ସ ମଧ୍ୟ କୁହାଯାଉଛି ।

କୌଣସି ବସ୍ତୁର ନିର୍ମାତା ନିଜର ଉତ୍ପାଦ ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟି ସହ ଅନ୍ୟ ଟ୍ୟାକ୍ସକୁ ଯୋଡ଼ି କରି ଆଦାୟ କରିଥାଏ । ପରେ ନିର୍ମାତା ନିଜର ଉତ୍ପାଦ ଉପରେ ଗ୍ରାହକଙ୍କଠାରୁ ଆଦାୟ କରୁଥିବା ଏକ୍ସାଇଜ ଡ୍ୟୁଟିକୁ ସରକାରଙ୍କ ପାଖରେ ଜମା କରିଥାଏ । ଏହାଦ୍ୱାରା ସରକାରଙ୍କୁ କୋଟି କୋଟି ଟଙ୍କାର ଲାଭ ମିଳିଥାଏ । ଭାରତରେ ସର୍ବପ୍ରଥମେ ୧୯୪୪ ମସିହା ଜାନୁଆରୀ ୨୬ରେ ଏକ୍ସାଇଜ୍ ଡ୍ୟୁଟି ଲାଗୁ ହୋଇଥିଲା । ଭାରତ ଅଶୋଧିତ ତୈଳ ଆମଦାନୀ କରିବା ପରେ ତାକୁ ପ୍ରୋସେସିଂ କରି ପେଟ୍ରୋଲ, ଡିଜେଲ ପ୍ରସ୍ତୁତ କରିଥାଏ । ଦେଶରେ ତେଲର ଦର କେନ୍ଦ୍ର ଓ ରାଜ୍ୟ ଦ୍ୱାରା ଲାଗୁଥିବା ଟ୍ୟାକ୍ସ ଉପରେ ନିର୍ଭର କରେ । ଏକ୍ସାଇଜ ଡ୍ୟୁଟି ଓ ଭାଟ୍ ପେଟ୍ରୋଲ ପମ୍ପରେ ମିଳୁଥିବା ଇନ୍ଧନ ମୂଲ୍ୟର ପାଖାପାଖି ଅଧା ହୋଇଥାଏ । କେନ୍ଦ୍ର ଓ ରାଜ୍ୟ ଲାଗୁ ଥିବା ବିଭିନ୍ନ ପ୍ରକାର ଟ୍ୟାକ୍ସ ଫାଇନାଲ ମୂଲ୍ୟର ୨୪-୨୬ ପ୍ରତିଶତ ହୋଇଥାଏ । ରାଜ୍ୟର ଟ୍ୟାକ୍ସ ଅଲଗା ହୋଇଥିଲେ ହେଁ ଏହା ଫାଇନାଲ ମୂଲ୍ୟର ୨୦-୨୫ ପ୍ରତିଶତ ହୋଇଥାଏ । ଏହି କାରଣରୁ ପେଟ୍ରୋଲ-ଡିଜେଲ ମୂଲ୍ୟ ଜନତାଙ୍କ ପାଇଁ ମହଙ୍ଗା ହୋଇଥାଏ ।

Get real time updates directly on you device, subscribe now.