fbpx

ଦିଦିଙ୍କ ଗଡ଼ରେ ପୁଣି ଭାଜପାକୁ ଝଟକା: BJP ସାଂସଦ ଅର୍ଜୁନ ସିଂହ TMCରେ ସାମିଲ

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଲାଗିଲା ଭାଜପାକୁ ଝଟକା । ପୂର୍ବରୁ ଏକାଧିକ ନେତା ବିଜେପି ଛାଡ଼ି ତୃଣମୂଳ କଂଗ୍ରେସ (ଟିଏମସି)ରେ ସାମିଲ ହୋଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ପୁଣି ଜଣେ ଭାଜପା ସାଂସଦ । ବିଧାନସଭା ନିର୍ବାଚନ, ଉପନିର୍ବାଚନରେ ପରାଜିତ ହୋଇଥିବା ଭାଜପା ପୁଣି ଥରେ ବଙ୍ଗରେ ଶକ୍ତିହୀନ ହୋଇଯାଇଛି ।

ଜଣାପଡ଼ିଛି ଯେ, ବିଜେପି ସାଂସଦ ଅର୍ଜୁନ ସିଂହ ଆଜି ଟିଏମସିରେ ସାମିଲ ହୋଇଛନ୍ତି । ପାର୍ଟିର ମହାସଚିବ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଅର୍ଜୁନ ଦଳରେ ସାମିଲ ହୋଇଛନ୍ତି । ଟିଏମସିରେ ସାମିଲ ହେବା ପରେ ପରେ ଅର୍ଜୁନଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଅପଡେଟ୍ କରାଯାଇଛି । ଏହାପରେ ଟିଏମସି ପକ୍ଷରୁ ଟ୍ୱିଟ କରାଯାଇଥିଲା । ଅର୍ଜୁନ ଟିଏମସିରେ ଯୋଗଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

ସୂଚନାଯୋଗ୍ୟ ଯେ, କିଛି ଦିନ ଧରି ଅର୍ଜୁନ ବିଜେପି ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ । ଗତ ୬ ମାସ ଧରି ଅର୍ଜୁନ ଟିଏମସି ସଂପର୍କରେ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଗତ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଜୁନ ବାରାକପୁରରେ ତୃଣମୂଳ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ମାତ୍ର ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ । ଲୋକସଭା ନିର୍ବାଚରେ ବିଜେପି ତାଙ୍କୁ ଟିକେଟ ଦେଇଥିଲା ଓ ସେ ବାରାକପୁର ଆସନରୁ ଜିତି ସାଂସଦ ହୋଇଥିଲେ ।

Get real time updates directly on you device, subscribe now.