fbpx

ଜ୍ଞାନବାପୀ ମାମଲା ମଧ୍ୟରେ କୁତୁବ ମିନାର ଭାଙ୍ଗିବାକୁ ଦାବି, ଏଭଳି ଉତ୍ତର ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଲଗାତାର ଗମ୍ଭୀର ହେଉଥିବା ଜ୍ଞାନବାପୀ ମୁଦ୍ଦା ମଧ୍ୟରେ ଗଣମାଧ୍ୟମରେ ଖବର ଆସିଥିଲା ଯେ, କେନ୍ଦ୍ର ସରକାର ଭାରତୀୟ ପ୍ରତ୍ନତତ୍ୱ(ଏଏସଆଇ)କୁ ଦିଲ୍ଲୀ ସ୍ଥିତ କୁତୁବ ମିନାର ପରିସରରେ ଖୋଳିବାକୁ ଅଦେଶ ଦେଇଛନ୍ତି। କିନ୍ତୁ ରବିବାର କେନ୍ଦ୍ରୀ ସଂସ୍କୃତୀ ମନ୍ତ୍ରୀ ଜିକେ ରେଡ୍ଡୀ ଏହି ଖବରକୁ ଖାରଜ କରିବା ସହ ଏହାକୁ ସମ୍ପୁର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।

ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ କୁତୁବ ମିନାର ଉପରେ କିଛି ନେତାଙ୍କର ନଜର ରହିଛି। ଯେଉଁମାନେ ଏହାର ନାମ ବିଷ୍ଣୁ ସ୍ତମ୍ବରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଯେପରି ତାଜମହଲର ନାମ ତେଜୋ ମହଲାୟାକୁ ବଦଳାଇବାକୁ ଦାବି ଅଛି। ଏହି ନେତାମାନେ କହିଛନ୍ତି ଯେ ବିଷ୍ଣୁ ସ୍ତମ୍ଭ ରାଜା ବିକ୍ରମଦିତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା।

ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, କୁତୁବ ମିନାର୍ ପୂର୍ବରୁ ହିନ୍ଦୁ ଏବଂ ଜୈନ ମନ୍ଦିରର ସ୍ଥାନ ଥିଲା ଏବଂ ସେଠାରେ 27 ଟି ମନ୍ଦିର ଥିଲା ଯାହା କୂତବୁଦ୍ଧିନ ଆଇବାକ୍ ଦ୍ୱାରା ନଷ୍ଟ ହୋଇଯାଇଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ ଅର୍ଗାନାଇଜେସନ୍ ର ଅଫିସ୍ ଧାରକ ଭଗବାନ୍ ଗୋୟଲ କହିଛନ୍ତି ଯେ ଏହାର ପ୍ରମାଣ ହେଉଛି ଏହି ପରିସରରେ ରଖାଯାଇଥିବା ହିନ୍ଦୁ ମୂର୍ତ୍ତି।

ଇତିହାସ ଅନୁଯାୟୀ, କୁତୁବ ମିନାର୍ ନିର୍ମାଣ 1193 ମସିହାରେ ଦିଲ୍ଲୀ ସୁଲତାନର ପ୍ରଥମ ଶାସକ କୂତବୁଦ୍ଧିନ ଆଇବାକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେ କେବଳ ଏହାର ଅଧା ତିଆରି କରିବାରେ ସକ୍ଷମ ହୋଇଥିଲେ। ତାଙ୍କର ଉତ୍ତରାଧିକାରୀ ଇଲତୁତମିସ ଏହାର ତିନି ମହଲା ନିର୍ମାଣ କରିଥିଲେ ଏବଂ ୧୩୩୬ ମସିହାରେ ଫିରୋଜ ଶାହା ତୁଗଲାକ୍ ଏହାର ପଞ୍ଚମ ତଥା ଶେଷ ମହଲା ନିର୍ମାଣ କରିଥିଲେ।

 

Get real time updates directly on you device, subscribe now.