fbpx
BSKY
BJD SHG SKY
BJD YOUTH SKY

(Video) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଉଁ ଉପହାର ଦେଲା ଓଡ଼ିଶା? ସମ୍ବଲପୁରରେ ଖୁସି ହୋଇଗଲେ ପିଏମ ମୋଦୀ

ସମ୍ବଲପୁର: ଆଜି ସାରା ରାଜ୍ୟରେ ମୋଦୀ ମାହୋଲ ଦେଖିବାକୁ ମିଳିଛି । ଓଡ଼ିଶାକୁ ଆସି ରାଜ୍ୟର ବିଭିନ୍ନ ବିକାଶାଭିମୁଖୀ କାର୍ଯ୍ୟ ପାଇଁ ଓଡ଼ିଶାକୁ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି । ଏଠାରେ ପହଞ୍ଚି ରାଜ୍ୟ ସରକାରଙ୍କୁ ଏହି ବଡ଼ ଉପହାର ଭେଟି ଦେଇଛନ୍ତି । ଏହାବ୍ୟତୀତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କୁ କେଉଁ ଉପହାର ଦେଇଛନ୍ତି, ତାହା ଜାଣିବା ପାଇଁ ସମସ୍ତେ ଉତ୍ସାହିତ ରହିଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଆଜି ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କୁ କେଉଁ ଉପହାର ଦେଇଛି ।

ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମା’ ଠାକୁରାଣୀଙ୍କ ଏକ ଫଟୋଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ମୋଦୀଙ୍କୁ ଏହି ଉପହାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.