fbpx

କେବେ ଭାବିଛନ୍ତି କି ମରିଯିବା ପରେ ଆପଣଙ୍କ ଗୁଗୁଲ ଡାଟା କଣ ହେବ? ଚାଲନ୍ତୁ ଜାଣିବା ବିସ୍ତାରରେ

ନୂଆଦିଲ୍ଲୀ: ଆପଣ ମାନେ କେବେ ଭାବିଛନ୍ତି କି ଆପଣ ଯଦି କୌଣସି କାରଣରୁ ମରିଯାଆନ୍ତି ତେବେ ଏହାପରେ ଗୁଗୁଲ ଅବା ଆପଲ୍ କ୍ଲାଉଡ୍ ସର୍ଭିସ୍ ରେ ସେଭ୍ ହୋଇ ରହିଥିବା ଡାଟାର କଣ ହୁଏ? ଏ ବିଷୟରେ ଗୁଗୁଲ୍ ଭାବିଚିନ୍ତି ଏକ ସ୍ୱଅନ୍ତ୍ର ଫିଚର୍ ତିଆରି କରିଛି । ଏହି ଫିଚର୍ ସାହାଯ୍ୟରେ ଆପଣ ନିଜର ଆକାଉଣ୍ଟକୁ କେବେ ଇନ-ଆକ୍ଟିଭିଟି ତାହା ଫିକ୍ସ କରିପାରିବେ ଏବଂ ମରିଯିବା ପରେ ଆପଣଙ୍କ ଫୋନ୍ ରେ ରହିଥିବା ଡାଟାର କଣ ହେବ ।

ଯଦି ଆପଣ ଗୁଗୁଲ ସର୍ଭିସ୍ ଯେମିତିକି ଜିମେଲ୍, ଗୁଗୁଲ ଫଟୋସ୍ ଭଳି ସେବାର ବ୍ୟବହାର କରୁଛନ୍ତି ଅବା ଆପଣଙ୍କ ପାଖରେ କେବଳ ଆଣ୍ଡ୍ରଏଡ୍ ଫୋନ୍ ଅଛି ତେବେ ଗୁଗୁଲ ପାଖରେ ଆପଣଙ୍କର ଅନେକ ସାରା ଡାଟା ସେଭ୍ ହୋଇ ରହିଥିବ । ଅନେକ ଲୋକ ନିଜର ବ୍ୟାଙ୍କ ଡିଟେଲ୍, ପେମେଣ୍ଡ ଡିଟେଲ ଆଦି ଗୁଗୁଲ ଭଳି ଆପ୍ସ ରେ ସେଭ୍ କରି ରଖିଥାନ୍ତି ।

ଯେତେବେଳେ ଜଣେ ବ୍ୟକ୍ତି ମାସ ମାସ ଧରି ସେମାନଙ୍କର ଗୁଗୁଲ୍ ଆକାଉଣ୍ଟ୍ ବ୍ୟବହାର କରନ୍ତି ନାହିଁ, ଏହା ଇନ-ଆକ୍ଟିଭ୍ ହୋଇଯାଏ । ସାଧାରଣତଃ ଯେତେବେଳେ ଜଣେ ବ୍ୟକ୍ତି ଗୁଗୁଲ ଆକାଉଣ୍ଟସ୍ ଦୀର୍ଘ ସମୟ ଧରି ବ୍ୟବହାର କରେ ନାହିଁ ତେବେ ତାହା ଆପେ ଆପେ ଗୁଗୁଲ ପକ୍ଷରୁ ଇନ-ଆକ୍ଟିଭ୍ ହୋଇଯାଏ । ଗୁଗୁଲ ବର୍ତ୍ତମାନ ତୁମକୁ ସ୍ଥିର କରିବାକୁ ଅନୁମତି ଦେଉଛି ଯେ, ଗୁଗୁଲ୍ ଆପଣଙ୍କ ଆକାଉଣ୍ଟକୁ କେବେ ଇନ-ଆକ୍ଟିଭ୍ କରିବ ଓ ଇନ-ଆକ୍ଟିଭ୍ ହେବାପରେ ଡାଟା ସବୁର କଣ ହେବ ।

ଗୁଗୁଲ୍ ନିଜର ୟୁଜର୍ ମାନଙ୍କୁ ଜଣେ ବିଶ୍ୱସନୀୟ ବ୍ୟକ୍ତି ସହିତ ଡାଟା ସେହାର୍ କରିବାକୁ ବିକଳ୍ପ ଦେଉଛି । ଏହା ପରିବର୍ତ୍ତେ ଆପଣ ଏହା ମଧ୍ୟ କରିପାରିବେ ଯେ, ଆକାଉଣ୍ଟ ଇନ-ଆକ୍ଟିଭ୍ ହେବାପରେ ଆପଣଙ୍କ ସବୁ ଡାଟାକୁ କାଟି ଦିଆଯିବ । ଅର୍ଥାତ୍ ଗୁଗୁଲ ପକ୍ଷରୁ କହିବା ଅନୁସାରେ, କମ୍ପାନୀ କେବଳ ସେହି କାମକୁ ଆଗକୁ ବଢ଼ାଇବ ଯାହା ଆପଣ ନିଜ ଡାଟା ବା ଆକାଉଣ୍ଟ ସହିତ କରିବାକୁ ଚାହାନ୍ତି । ଏ ବିଷୟରେ ଆପଣ ମାନେ ପୂର୍ବରୁ ହିଁ ନିଷ୍ପତି ନେବାକୁ କହିଛି ଗୁଗୁଲ ।

ତେବେ ଏହା ଏକ ଗୁଗୁଲର ଏକ ଭଲ ଫିଚର୍ । ଏହାଦ୍ୱାରା ଆପଣ ମାନେ ଆଡିସନାଲ୍ ୱେଟିଂ ଟାଇମ୍ ପିରିଅଡ୍ ଫିକ୍ସ କରିପାରିବେ । ତେବେ ଏଥିପାଇଁ ଆପଣ myaccount.google.com/inactiveକୁ ଯାଆନ୍ତୁ । ଏଥିସହିତ ଆପଣଙ୍କୁ ଗୁଗୁଲ୍ ଏହା ମଧ୍ୟ ସୁବିଧା ଦେଉଛି ଯେ, ଆପଣ ୧୦ ଜଣ ଲୋକଙ୍କୁ ବାଛିପାରିବେ ଯେଉଁ ମାନଙ୍କୁ ଆପଣଙ୍କ ଗୁଗୁଲ ଆକାଉଣ୍ଟ୍ ଇନ-ଆକ୍ଟିଭ୍ ହେବା ପୂର୍ବରୁ ନୋଟିସ୍ କରିଦିଆଯିବ । ଏଥିସହିତ କିଛି ଡାଟାକୁ ଡାଉନଲୋଡ୍ କରି ରଖିବାର ସୁବିଧା ବି ଦେଉଛି । ଏଥିପାଇଁ ଏକ ବିଶ୍ୱସନୀୟ ଇମେଲ୍ ଆଇଡିର ଆବଶ୍ୟକତା ରହିଛି ।

 

Get real time updates directly on you device, subscribe now.