fbpx

ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ସିଧାସଳଖ ବିମାନ, ଜାଣନ୍ତୁ କେବେଠାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ସିଧାସଳଖ ବିମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ନଭେମ୍ବର ୨ରୁ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ । ସେହିପରି ଡିସେମ୍ବର ୧ରୁ ଭୁବନେଶ୍ୱରରୁ ଗୋଆକୁ ବିମାନ ସେବା ଆରମ୍ଭ ହେବ । ସପ୍ତାହରେ ଜୟପୁରକୁ ୩ ଥର ଓ ଗୋଆକୁ ଦୈନିକ ଉଡ଼ିବ ଇଣ୍ଡିଗୋ ବିମାନ । ଏ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟମ୍ବର ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲ । ତେବେ ଇଣ୍ଡିଗୋ ପକ୍ଷରୁ ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁରକୁ ଓ ଡିସେମ୍ବର ୧ରୁ ଭୁବନେଶ୍ୱରରୁ ଗୋଆକୁ ବିମାନ ଉଡ଼ିବ ବୋଲି ସିନ୍ଧିଆ ଚିଠିର ପ୍ରତ୍ୟୁତ୍ତର ଦେଇଛନ୍ତି । ତେଣୁ କଥା ରଖିଥିବାରୁ ଶ୍ରୀ ପ୍ରଧାନ ଏଥିପାଇଁ ସିନ୍ଧିଆଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.