fbpx

କୋଭିଡ୍ ଲକ୍ଷଣ ଥିବା ପିଲାଙ୍କୁ କରାଯିବ ଚିକିତ୍ସା, ଶିକ୍ଷକଙ୍କ ଦୁଇଟି ଡୋଜ୍ ହେବ ଚେକିଂ: ଜାଣନ୍ତୁ ସ୍କୁଲ ଖୋଲିବା ପ୍ରସଙ୍ଗରେ ଆଉ କ’ଣ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପ୍ରତ୍ୟେକ ଶିକ୍ଷକ କୋଭିଡ୍ ଟିକା ନେଇଛନ୍ତି କି ନାହିଁ, ସେଥିପ୍ରତି ନଜର ରଖାଯିବ । ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ । ସାମାନ୍ୟ ଲକ୍ଷଣ ଥିଲେ ପିଲାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ପିଲାମାନଙ୍କର ସ୍କୁଲ ଯାଇ ପାଠ ପଢ଼ିବାକୁ ଆଗ୍ରହ ରହିଥିବା ବେଳେ ଏବେ ବି କରୋନା ଆଶଙ୍କା ସମ୍ପୂର୍ଣ୍ଣ ଭାବେ ଯାଇନାହିଁ । ତେଣୁ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ।

Get real time updates directly on you device, subscribe now.