fbpx

ନୂତନ ଅବତାରରେ ଲଞ୍ଚ୍ ହେଲା Nokia 6310, ଆଇକୋନିକ୍ Snake ଗେମ ମଧ୍ୟ ମିଳିବ, ଏତିକି ରହିଛି ଏହାର ଦାମ୍

ନୂଆଦିଲ୍ଲୀ : ଯଦି ଆପଣ ଆଜି ବି ପୁରୁଣା ନୋକିଆ ଫୋନକୁ ମିସ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସିଖବର । ଫିନିଶ କମ୍ପାନୀ ନୋକିଆ ୬୩୧୦କୁ ନୂତନ ଡିଜାଇନ ସହିତ ପୁଣି ଥରେ ବଜାରକୁ ଛାଡିଛି । ଫୋନ ନିଜର ମଜବୁତ ପାଇଁ ବହୁତ ଲୋକପ୍ରିୟ ଥିଲା । ନୋକିଆ ପ୍ରଥମ ଥର ଏହି ମୋଡେଲକୁ ୨୦୦୧ରେ ଲଞ୍ଚ୍ କରିଥିଲା । ପୁଣି ଏହାର ଗୋଟିଏ ବର୍ଷ ପରେ ଅପଡେଟ୍ କରି ବଜାରକୁ ଛଡା ଯାଇଥିଲା ।

୨୦୦୫ରେ କମ୍ପାନୀ ସବୁ ଦିନ ପାଇଁ ଏହି ମୋଡେଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ଏବେ କମ୍ପାନୀ ୨୦ତମ ବର୍ଷପୂର୍ତ୍ତିର ଉତ୍ସବ ପାଳନ ପାଇଁ କ୍ଲାସିକ ଫୋନ ୬୩୧୦ର ନୂତନ ଭର୍ସନ ଲଞ୍ଚ୍ କରିଛି । ୧୫ରୁ ଅଧିକ ବର୍ଷ ଏହି ମୋଡେଲ୍ ବଜାରକୁ ଆସିନଥିଲେ ବି ଆଜି ମଧ୍ୟ ଏହାର ଲୋକ ପ୍ରିୟତା ପୂର୍ବବତ୍ତ ରହିଛି । କିଛି ଲୋକ ଆଜି ମଧ୍ୟ ନୋକିଆ ୬୩୧୦ ଏବଂ ୩୩୧୦କୁ ମଜବୁତ ଏବଂ ସୁପର ଲଙ୍ଗ ବ୍ୟାଟେରୀ କାରଣରୁ ବ୍ୟାକ ଅପ୍ ଭାବେ ଏହାକୁ ବ୍ୟବହାର କରୁଛନ୍ତି ।

ଏହି ନୂତନ ଫୋନରେ ସ୍ନେକ ଗେମ୍ ମଧ୍ୟ ରହିଛି । ପୁରୁଣା ଭର୍ସନ ବିପରୀତ ଏଥିରେ ଏକ କ୍ୟାମେରା ରହିଛି ଏବଂ ଫୋନ୍ ତିନୋଟି କଲର ସହ ବଜାରକୁ ଆସିଛି । ନୋକିଆ ୱେବସାଇଟ୍ ଅନୁଯାୟୀ, ଫୋନର ମୂଲ୍ୟ ପ୍ରାୟ ୬୦୦୦ ଟଙ୍କା ରହିଛି । କମ୍ପାନୀ ପୁନର୍ବାର ଏହାର ଲଞ୍ଚ ଘୋଷଣା ଚଳିତ ବର୍ଷ ଆରମ୍ଭରେ କରିଥିଲା । ଏବେ ଏହା ବଜାରକୁ ଆସି ସାରିଛି । ପୂର୍ବ ମୋଡେଲରେ ଯାହା ଯାହା ବିଶେଷତ୍ୱ ରହିଥିଲା ଏହି ମୋଡେଲରେ ମଧ୍ୟ ତାହା ରହିଛି । ଏଥିସହ ବର୍ତ୍ତମାନର ଅତ୍ୟାଧୁନିକ ଇଣ୍ଟରନେଟ୍ ସୁବିଧା ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.