fbpx

(VIDEO) ଲିଭର ଡୋନେଟ ପରେ କଣ ହୋଇଥାଏ ଡୋନରର ଅବସ୍ଥା; ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଖରାପ ଖାଦ୍ୟଶୈଳୀ କାରଣରୁ ବିଭିନ୍ନ ସମୟରେ ସ୍ୱାସ୍ଥୟ ଜନିତ ସମସ୍ୟା ଦେଖାଦେଉଛି । ଯାହାଫଳରେ ବ୍ୟକ୍ତି ଜଣକ ଅନେକ ଅସୁବିଧାର ସମ୍ମୁଖାନ ହେବା ସହ ମୃତ୍ୟୁବରଣ ମଧ୍ୟ କରୁଛି । ତେବେ ନିକଟରେ ପିଣ୍ଟୁ ନନ୍ଦ ମଧ୍ୟ ଲିଭର ଜନିତ ସମସ୍ୟାରେ ପିଡିତ ଅଛନ୍ତି । ଯାହାଫଳରେ ତାଙ୍କର ଲିଭର ୮୦ ପ୍ରତିଶତ ଖରାପ ହୋଇସାରିଛି । ଏଥିପାଇଁ ସେ ଅନେକ ସମସ୍ୟାର ସମ୍ମୁଖାନ ହେବା ସହ ତାଙ୍କୁ ବର୍ତ୍ତମାନ ଦିଲ୍ଲୀ ପଠାଯାଇଛି । ଯେଉଁଠାରେ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବାବେଳେ ଡୋନର ବି ପ୍ରସ୍ତତ ରହିଛନ୍ତି । କିନ୍ତୁ ଆପଣଙ୍କ ମନରେ ଏବେ ଏକ ପ୍ରଶ୍ନ ଉଙ୍ଗି ମାରୁଥିବ ଯେ, ଲିଭର ଜଣେ ମୃତ ବ୍ୟକ୍ତି ଦେବେ ନା ଜିବିତ ବ୍ୟକ୍ତି । ନିଜ ଦେହରୁ ଲିଭର ଦେଇଥିବା ଡୋନର ବଞ୍ଚିବେ ନା ମରିଯିବେ । ଏଥିସହିତ ଏହା ମଧ୍ୟ ଜାଣିବାକୁ ଇଚ୍ଛା ଥିବ ଯେ ଯଦି ସେ ବ୍ୟକ୍ତି ବଞ୍ଚେ ,ତେବେ ତାର ସ୍ୱାସ୍ଥ୍ୟବସ୍ଥା କିପରି ରହିବ । ତେବେ ଆଜି ଆପଣଙ୍କୁ ଏହି ସମ୍ବନ୍ଧରେ ଜଣାଇବାକୁ ଯାଉଛି । ତେବେ ଜଣେ ବ୍ୟକ୍ତି ଯଦି ତା ଲିଭର ଆଉ କାହାକୁ ଡୋନେଟ କରେ ତେବେ ତାର ସ୍ୱାସ୍ଥ୍ୟବସ୍ଥା ଏବଂ ତାର ଶରୀର କିପରି ରହିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

ଲିଭର ହେଉଛି ଆମ ଶରୀରରେ ଏମିତି ଏକ ଅଙ୍ଗ ଯାହା ମଧ୍ୟରେ ନିଜକୁ ନିଜେ ଗଢ଼ିବାର କ୍ଷମତା ରହିଥାଏ ଠିକ ଯେମିତି ଏକ ଝିଟିପିଟିର ଲାଙ୍ଗୁଡ଼ । ଆପଣମାନେ ଦେଖିଥିବେ ଝିଟିପିଟିର ଲାଙ୍ଗୁଡ଼ ଛିଡ଼ିଗଲେ କିଛି ଦିନ ପରେ ଲାଙ୍ଗୁଡ଼ଟି ପୁଣିଥରେ ନୂଆ ହୋଇ କଅଁଳିଯାଏ । ଲିଭର ମଧ୍ୟ ଠିକ ସେମିତି ହୋଇଥାଏ । ସେଥିରୁ ଖଣ୍ଡେ ଲିଭର କଟା ହୋଇ ରୋଗୀଙ୍କ ଦେହରେ ଲାଗିଲା ପରେ ସେ ନୂଆ ହୋଇ କଅଁଳେ । ତେବେ ପିଣ୍ଡୁଙ୍କ ଦେହରେ ବର୍ତ୍ତମାନ ଯେଉଁ ଲିଭର ଲାଗିବ ,ସେ ଡୋନରଙ୍କ ଲିୁଭରରୁ ଅଧା କଟା ହୋଇ ପିଣ୍ଡୁଙ୍କ ଦେହରେ ଲାଗିବ । ଯାହାପରେ କଟା ହୋଇଥିବା ଲିଭରଟି ପୁଣିଥରେ କଅଁଳି ଉଠିବ ।

ଲିଭର ଦେବା ବ୍ୟକ୍ତି ଜିବିତ ନାଁ ମୃତ:

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଯଦି କୌଣସି ମୃତ ବ୍ୟକ୍ତିର ଲିଭର ରୋଗୀଙ୍କୁ ଲଗାଯାଏ, ତେବେ ସେହି ବ୍ୟକ୍ତି ଜଣଙ୍କ ବ୍ରେନ୍ ଡେଡ ବ୍ୟକ୍ତି ହୋଇଥିବା ଆବଶ୍ୟକ । ଅନ୍ୟ କୌଣସି ମୃତ ବ୍ୟକ୍ତି ଲିଭର ଦାନ କରିପାରିବେ ନାହିଁ । ସେହିପରି ଯଦି କୌଣସି ଜୀବତି ଏବଂ ସୁସ୍ଥ୍ୟ ବ୍ୟକ୍ତି ସେମାନଙ୍କ ଲିଭର ଡୋନେଟ କରନ୍ତି, ତେବେ ତାଙ୍କର କୌଣସି କ୍ଷତି ହୁଏ ନାହିଁ । କାରଣ ଲିଭର ହେଉଛି ଏମିତି ଗୋଟିଏ ଅଙ୍ଗ ଯାହା ନିଜକୁ ନିଜେ ତିଆରି କରିପାରେ । ଗୋଟିଏ ପୂର୍ଣ୍ଣ ଲିଭରରୁ ଯଦି ଅଧେ କଟା ହୋଇ ଆଉ ଜଣଙ୍କ ଦେହରେ ଲାଗେ ତେବେ କଟାଯାଇଥିବା ଲିଭରଟି ନିଜକୁ ପୂର୍ବଭଳି ତିଆରି କରିପାରେ । ଲିଭର ଦେଇଥିବା ଡୋନରର କୌଣସି କ୍ଷତି ହୁଏ ନାହିଁ । ଲିଭର ଡୋନେଟ କରିବା ପୂର୍ବରୁ ବ୍ୟକ୍ତି ଜଣକ ଯେମିତି ସୁସ୍ଥ ଥାନ୍ତି ଠିକ ସେମିତି ହିଁ ଡୋନେଟ କରିବା ପରେ ମଧ୍ୟ ସୁସ୍ଥ ରହିଥାନ୍ତି । ତଫାତ ଖାଲି ଏତିକି ରହିଥାଏ କି ପେଟ ଉପରେ ଏକ କଟା ଦାଗ ରହିଯାଏ । ସବୁଠାରୁ ବଡ଼ କଥା ହେଉଛି ୨ରୁ ୩ ମାସ ମଧ୍ୟରେ ଲିଭର ଟି ତାର ପୂର୍ବ ଅବସ୍ଥାକୁ ଫେରି ଆସେ ।

ଲିଭର ଦବାରେ ନିୟମ ରହିଛି କି:

ବିଶେଷଜ୍ଞମାନଙ୍କ ମତରେ ଲିଭର ଦେବାରେ ମଧ୍ୟ କିଛି ନିୟମ ରହିଛି । ତେବେ ନିୟମ ଅନୁଯାୟୀ, ଲିଭର ଡୋନେଟ କରୁଥିବା ବ୍ୟକ୍ତି ରୋଗୀରଙ୍କର କୌଣସି ପ୍ରକାରରେ ଜଣେ ସମ୍ପର୍କିୟ ହୋଇଥିବା ଜରୁରୀ । କାରଣ ପଛରେ ରୋଗୀ ଜଣକ ତାଙ୍କୁ ଲିଭର ଦେବାରେ ବାଧ୍ୟ କରାଯାଉଛି ବୋଲି ଯେମିତି ଅଭିଯୋଗ କରିପାରିବେ ନାହିଁ । ଏଥିସହିତ ଅନ୍ୟ ଏକ କାରଣ ହେଉଛି କି ସମ୍ପର୍କିୟ ଲିଭର ଡୋନେଟ କଲେ ଟଙ୍କାର ଖର୍ଚ୍ଚ ମଧ୍ୟ କମିଯାଏ । ଏତତ୍ ବ୍ୟତୀତ ଲିଭର ଡୋନର ମଧ୍ୟ କିଛି ବୟସ ସୀମା ରହିଛି । ଯେଉଁବୟସରେ ସେ ଲିଭର ଦେଇପାରିବେ । ତେବେ ୧୮ରୁ ୫୫ ବର୍ଷ ମଧ୍ୟରେ ଥିବା ବ୍ୟକ୍ତି ହିଁ ଲିଭର ଡୋନେଟ କରିପାରିବେ । ଯଦି ବୟସ ଅଧିକ ହୋଇଥାଏ ତେବେ ଲିଭର ଲିଭରର ନିଜକୁ ତିଆରି କରିବା ଶକ୍ତି କମିଯାଏ । ଯାହାକି ପରବର୍ତ୍ତି ସମୟରେ ଆପଣଙ୍କୁ ଅସୁବିଧାରେ ପକାଇପାରେ ।

Get real time updates directly on you device, subscribe now.