fbpx

ନବରାତ୍ରୀ ସମୟରେ ଦେହ ତ୍ୟାଗ କଲେ କ’ଣ ହୋଇଥାଏ ? ଜାଣନ୍ତୁ ହିନ୍ଦୁ ଧର୍ମରେ କ’ଣ ରହିଛି ମାନ୍ୟତା

ଓଡ଼ିଶା ଭାସ୍କର: ପବିତ୍ର ନବରାତ୍ରୀର ସମୟ । ମା’ଙ୍କ ପୂଜାର୍ଚ୍ଚନାରେ କମ୍ପୁଛି ଗାଁରୁ ଶହର । ସବୁଆଡ଼େ ଉତ୍ସବର ମାହୋଲ । ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ନଅଟି ରୂପର ପୂଜାର୍ଚ୍ଚନା କରାଯାଇଥାଏ । ଏହା ଦ୍ୱାରା ମାତାଙ୍କ କୃପା ଲାଭ ହେବା ସହ ଘରୁ ଦୁଃଖ, ଦରିଦ୍ରତା ଦୂର ହୋଇ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ନବରାତ୍ରୀ ହେଉଛି ଏକ ପବିତ୍ର ଏବଂ ଶୁଭ ସମୟ । ନବରାତ୍ରୀ ସମୟରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଏହା ଶୁଭ ନା ଅଶୁଭ ? ଆସନ୍ତୁ ଜାଣିବା

ଗରୁଡ଼ ପୂରାଣ ଅନୁଯାୟୀ, ମୃତ୍ୟୁ ପରେ ଆତ୍ମା ପୁନଃ ଏକ ନୂତନ ଶରୀର ଧାରଣ କରିଥାଏ । ବ୍ୟକ୍ତିଙ୍କ ପୂର୍ବ ଜନ୍ମର କର୍ମ ଅନୁଯାୟୀ ବର୍ତ୍ତମାନ ଜନ୍ମରେ କର୍ମଫଳ ନିର୍ଧାରିତ ହୋଇଥାଏ । ଉତ୍ତମ କର୍ମ ସ୍ୱରୂପ ବ୍ୟକ୍ତିକୁ ସ୍ୱର୍ଗ ଏବଂ ଖରାପ କର୍ମ ହେତୁ ନର୍କ ପ୍ରାପ୍ତି ହୋଇଥାଏ କିମ୍ବା ପୁନର୍ଜନ୍ମ ହୋଇଥାଏ । ନବରାତ୍ରୀ ସମୟରେ ଜଣେ ବ୍ୟକ୍ତି ଦେହତ୍ୟାଗ କଲେ ଦେବୀ ଦୁର୍ଗାଙ୍କ କୃପାରୁ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହା ସହ ସେ ପୁନର୍ଜନ୍ମ ଚକ୍ରରୁ ମୁକ୍ତି ପାଇଥାନ୍ତି । ମାନ୍ୟତା ଅନୁଯାୟୀ ନବରାତ୍ରୀ ସମୟରେ ବ୍ୟକ୍ତି ଦେହତ୍ୟାଗ କରିଲେ ଆତ୍ମାକୁ ଅଧିକ କଷ୍ଟ ହୋଇନଥାଏ । ଏଭଳି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ବିଶେଷ ବିଧି ଅନୁଯାୟୀ କରାଯିବାରୁ ଅତ୍ମାକୁ ଶୀଘ୍ର ଶାନ୍ତି ମିଳିଥାଏ । ଏହା ବ୍ୟତୀତ ମୃତ ବ୍ୟକ୍ତିର ପରିବାରଙ୍କ ପାଇଁ ଏହା ଶୁଭ ବିବେଚିତ କରାଯାଇଛି ।

Get real time updates directly on you device, subscribe now.