fbpx

ଚୁଇଙ୍ଗମ ଗିଳିଦେଲେ କଣ ହୋଇଥାଏ? ଶରୀର ଉପରେ ଏହାର କଣ ପ୍ରଭାବ ପଡ଼ିଥାଏ?

ଓଡ଼ିଶା ଭାସ୍କର ବ୍ୟୁରୋ: ଚୁଇଙ୍ଗମ ନାଁ ଶୁଣିଲେ ଛୋଟ ବେଳର ସ୍ମୃତି ସବୁ ତାଜା ହୋଇଯାଏ । ଅନେକ ସମୟ ପର୍ଯ୍ୟନ୍ତ ଚୁଇଙ୍ଗମ ଚୋବାଇବା ପୁଣିତାକୁ ଫୁଲାଇ ଫୋଟକା ପରି କରିବା ଆମକୁ ଛୋଟ ବେଳେ ଖୁବ୍ ଭଲ ଲାଗୁଥିଲା । ଆଉ ପୁଣି କାହା ସିଟ୍ ରେ ଲଗାଇବା ଏପରି ଅନେକ ଚଗଲାମୀ ଆମେ କରିଥାଉ । ହେଲେ ଚୁଇଙ୍ଗମ ଭୁଲ୍ ରେ ଗିଳିଦେଲେ ଏହା ପ୍ରଭାବ ଶରୀର ଉପରେ କଣ ପ୍ରଭାବ ପଡ଼ିଥାଏ? ଛୋଟ ବେଳେ ଏହାକୁ ନେଇ ଅନେକ କଥା କୁହାଯାଉଥିଲା ଯେ, ଚୁଇଙ୍ଗମ ଢ଼ୋକିଦେଲେ ତାହା ପେଟରେ ରହିଯାଏ ଆଉ ବାହାରେ ନାହିଁ । ଏମିତି କେତେ କଣ । ହେଲେ ଅସଲରେ ଆଜି ଆମେ ଜାଣିବା ଚୁଇଙ୍ଗମ ଢ଼ୋକିଲେ ଶରୀର ଉପରେ କଣ ପ୍ରଭାବ ପଡ଼େ ।

 

ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ଯଦି କେତେ ଚୁଇଙ୍ଗମ ଢ଼ୋକି ହୋଇଯାଏ ତେବେ ସବୁଠାରୁ ପ୍ରଥମେ ଏହା ଲିଭର୍, ଚୁଇଙ୍ଗମରେ ଥିବା ହାନିକାରକ କଲର୍ ଏବଂ ସଂରକ୍ଷିତ ପଦାର୍ଥକୁ ବାହାରକୁ କାଢ଼ିଥାଏ । ଏହାଦ୍ୱାରା ଶରୀର ଉପରେ କୌଣସି ପ୍ରକାର ପ୍ରଭାବ ପଡ଼େ ନାହିଁ ଓ ହାନିକାରକ ତତ୍ତ୍ୱ ବାହାରକୁ ବାହାରିଯାଏ । ଆଉ ଆଲର୍ଜୀର ଆଶଙ୍କା କମିଯାଏ ।

ଯେତେବେଳେ ଚୁଇଙ୍ଗମ୍ ମଣିଷର ପେଟରେ ପହଞ୍ଚେ, ପେଟରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସାହାଯ୍ୟରେ, ଚୁଇଙ୍ଗର ଅନ୍ୟ କିଛି ଉପାଦାନ ଅଲଗା ହୋଇଯାଏ । ଏହି ପ୍ରକ୍ରିୟାରେ, ଚୁଇଙ୍ଗମ୍ରେ ଥିବା ଚିନି ଗ୍ଲିସେରିନ୍ ଏବଂ ମିଠା ଆଣିବା ପାଇଁ ବ୍ୟବହୃତ ହୋଇଥିବା ପେପରମିଣ୍ଟ ଅଏଲ୍ ଭଳି ଜିନିଷ ଅଲଗା ହୋଇ ଶରୀରରୁ ବାହାରକୁ ବାହାରିଯାଏ । ଆଉ ଅନ୍ତନଳୀରେ ପହଞ୍ଚିବା ପରେ ଏହା ଶରୀରରୁ ବାହାରିଯାଏ ।

ଚୁଇଙ୍ଗମ୍ ଶରୀରରୁ ବାହାରକୁ ବାହାରିବା ପାଇଁ ୨୫ରୁ ୨୬ ଘଣ୍ଟା ସମୟ ଲାଗେ । ଆଉ ଯଦି ଗୋଟିଏ ପରେ ବି ଏହା ଶରୀରରୁ ବାହାରୁନି ତେବେ ଆପଣ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ । ଏହା ଶରୀରରୁ ନ ବାହାରିବା ଦ୍ୱାରା ବାନ୍ତି, ଡାଇରିୟା ଭଳି ସମସ୍ୟା ଦେଖାଦେବ । ଏହାସହ ଆଲର୍ଜୀ ବି ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.