fbpx

ଦେଶୀ ମଦରେ କ’ଣ ଥାଏ, ଯାହା ଏହାକୁ ବିଷାକ୍ତ କରିଦିଏ?

ନୂଆଦିଲ୍ଲୀ: ମଦ ପିଇବାକୁ ଭଲ ପାଉଥିବା ଲୋକମାନେ ସାରା ଦୁନିଆରେ ଅଛନ୍ତି । ତେବେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଭିନ୍ନ ଭିନ୍ନ ରହିଛି । କିଛି ଲୋକ ଇଂରାଜୀ ମଦ ପିଇବାକୁ ପସନ୍ଦ କରନ୍ତି । ହ୍ୱିସ୍କି, ରମ୍, ଭୋଡକା ସମେତ ଅନେକ ପ୍ରକାରର ହୋଇଥାଏ । ଏଥିସହିତ କିଛି ଲୋକ ଦେଶୀ ମଦ ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦେଶୀ ମଦ ବେଳେବେଳେ କାହିଁକି ବିଷାକ୍ତ ହୋଇଯାଏ ? ଆଜି ଆମେ ଆପଣଙ୍କୁ କହିବୁ ମଦ୍ୟପାନ ପଛର କାରଣ କ’ଣ ।

ସମଗ୍ର ବିଶ୍ୱରେ ମଦ୍ୟପାନ କରୁଥିବା ଲୋକଙ୍କ ଅଭାବ ନାହିଁ । ମଦକୁ ଭଲ ପାଉଥିବା ଲୋକ ସବୁଆଡେ ପାଇବେ । ଏମାନଙ୍କ ମଧ୍ୟରୁ କିଛି ଲୋକ ଦାମୀ ମଦ ପିଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ଦେଶୀ ମଦ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗ୍ରାମୀଣ ଓ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଲୋକମାନେ ଦେଶୀ ମଦ ପିଇଥାନ୍ତି। କାରଣ ଦେଶୀ ମଦ ଇଂରାଜୀ ମଦ ତୁଳନାରେ ବହୁତ ଶସ୍ତା ।

ବିଷାକ୍ତ ଦେଶୀ ମଦ

ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ଲାଇସେନ୍ସରେ ଦେଶୀ ମଦ ଦୋକାନ ଖୋଲା ରହିଛି। କିନ୍ତୁ ଏହା ବ୍ୟତୀତ ଅନେକ ସ୍ଥାନରେ ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ଲୋକମାନେ ବେଆଇନ ମଦ କାରଖାନା ଚଳାଉଛନ୍ତି, ଯେଉଁଠାରେ ଶସ୍ତା ଦେଶୀ ମଦ ମିଳୁଛି । ଅନେକ ସମୟରେ ବେଆଇନ ମଦ ଭଣ୍ଡାରରେ ତିଆରି ମଦ ବି ବିଷାକ୍ତ ହୋଇଯାଏ, ଯେଉଁକାରଣରୁ ଅନେକ ଲୋକ ପ୍ରାଣ ହରାଉଛନ୍ତି ।

ଦେଶୀ ମଦ କାହିଁକି ବିପଜ୍ଜନକ?

ଭାରତରେ ବିକ୍ରି ହେଉଥିବା ମଦର ପ୍ରାୟ ଦୁଇ ତୃତୀୟାଂଶ ହେଉଛି ଦେଶୀ ମଦ । ଏକ ସୂଚନା ଅନୁଯାୟୀ, ଭାରତରେ ପ୍ରାୟ ୨୪୨ ନିୟୁତ ଦେଶୀ ମଦ ବିକ୍ରି ହୋଇଥାଏ। ଏହା ଦେଶର ମଦ ଶିଳ୍ପର ୩୦ ପ୍ରତିଶତରୁ ଅଧିକ। ସେହିପରି ପ୍ରତିବର୍ଷ ଏହା ୭ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଏଥିରେ ଆଲକୋହଲର ପ୍ରତିଶତ ୪୨.୫ ରହିଛି। ଦେଶୀ ମଦ ପିଇବା ମଧ୍ୟ କ୍ଷତିକାରକ ହୋଇପାରେ, କାରଣ ଏହା ସିଧା ସଳଖ ମୁଣ୍ଡ ଉପରେ ପ୍ରଭାବ ପକାଇ ଥାଏ ।

Get real time updates directly on you device, subscribe now.