fbpx

ଗରମ ପାଣି ପିଇବା ଦ୍ୱାର କ’ଣ ହୁଏ ? ଜାଣନ୍ତୁ ଏହା କେତେ ପରିମାଣରେ ଲାଭଦାୟକ

ସାଧାରଣତଃ ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ। ଏହା ଚର୍ମ, ମାଂସପେଶୀ, ହାଡ ଆଦି ସ୍ୱାସ୍ଥ୍ୟ ପାଇଁ ଭଲ କାମ କରିଥାଏ ଏବଂ ଶରୀରରେ ଶୀରା ପ୍ରଶୀରାକୁ ପୁଷ୍ଟିକର ଶକ୍ତି ଯୋଗାଇବା ଓ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଯଦି
ଆପଣ ଦିନକୁ ଥରେ କିମ୍ବା ଦୁଇଥର ଗରମ ପାଣି ପିଅନ୍ତି ତେବେ ଏହାର ଅନ୍ୟାନ୍ୟ ଫାଇଦା ମଧ୍ୟ ରହିଛି । କିଛି ଲୋକ ଓଜନ କମାଇବା ପାଇଁ ଏହି ଗରମ ପାଣିକୁ ପିଇଥାନ୍ତି । ତେବେ ଆସନ୍ତୁ ଜାଣିବା ଓଜନ କମ କରିବା ପାଇଁ ଗରମ ପାଣି କେତେ ପରିମାଣରେ ଲାଭଦାୟକ ।

ମେଡିକାଲ୍ ନ୍ୟୁଜ୍ ଟୁଡେ ଅନୁଯାୟୀ, ଯଦି ଆପଣ ଅଧିକ ପରିମାଣର ପାଣି ପିଉଛନ୍ତି ତେବେ ଏହା ଆପଣଙ୍କ ପେଟକୁପୂର୍ଣ୍ଣ ଅନୁଭବ କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ପୋଷକ ତତ୍ତ୍ୱକୁ ଶୋଷଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ବର୍ଜ୍ୟବସ୍ତୁକୁ ବାହାର କରିବା ପାଇଁ ମଧ୍ୟ କାମ କରିଥାଏ । ୨୦୦୩ ରେ ପ୍ରକାଶିତଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗରମ ପାଣି ପିଇବା ଦ୍ୱାରା ଥଣ୍ଡା ପାଣି ଅପେକ୍ଷା ଏଥିରେ ଶୀଘ୍ର ଓଜନ ହ୍ରାସ ହୋଇପାରେ । ଗବେଷକମାନେ ଜାଣିବାକୁ ପାଇଲେ ଯେ, ଯଦି ଭୋଜନ ପୂର୍ବରୁ ଆପଣ ୫୦୦ ମିଲି ଉଷୁମ ପାଣି ପିଅନ୍ତି, ତେବେ ଏହା ମେଟାବୋଲିଜିମ୍ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଯଦି ଆପଣ ଜଳର ତାପମାତ୍ରା ୯୮.୬ ଡିଗ୍ରୀକୁବୃଦ୍ଧି କରନ୍ତି, ତେବେ ଏହା ମେଟାବୋଲିଜିମ୍ କୁ ୪୦ ପ୍ରତିଶତ ବୃଦ୍ଧି କରିଥାଏ । ଏହା ୩୦-୪୦ ମିନିଟ୍ ପାଇଁ ମେଟାବୋଲିଜିମ୍ ବୃଦ୍ଧି କରିପାରିବ । ଯଦି ଆପଣ ଗରମ ପାଣି ପିଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଶରୀରର ତାପମାତ୍ରା ଠାରୁ ଜଳର ତାପମାତ୍ରା ଟିକେ ଅଧିକ କରନ୍ତୁ । ଏହା ଆପଣଙ୍କ ଓଜନ ହ୍ରାସ କରିବା ପାଇଁ କିମ୍ବା ଅନ୍ୟାନ୍ୟ ଲାଭ ପାଇଁ ଉପଯୁକ୍ତ ହୋଇପାରେ । ଅତ୍ୟଧିକ ଗରମ ପାଣି ଖାଇବା ଦ୍ୱାରା ଏହା ଆପଣଙ୍କୁ ଜାଳି ଦେଇପାରେ କିମ୍ବା ଆପଣଙ୍କର ଆଭ୍ୟନ୍ତରୀଣ ଅଙ୍ଗକୁ ନଷ୍ଟ କରିପାରେ ।

Get real time updates directly on you device, subscribe now.