ଜିରୋ ନାଇଟରେ ମଦ ସହିତ ତାଳ ଦେଲା କଣ୍ଡୋମ, ରେକର୍ଡ ସଂଖ୍ୟକ ଅର୍ଡର କଲେ ଲୋକେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ ଗତ ରାତିରେ 2024କୁ ବିଦାୟ ଦେଇ 2025କୁ ସ୍ବାଗତ କରିଛନ୍ତି । ବର୍ତ୍ତମାନ ଭାରତୀୟଙ୍କ ଅନଲାଇନ୍ ସପିଂ ବିଷୟରେ ଏକ ରୋଚକ ଖୁଲାସା କରାଯାଇଛି । ଭାରତର ଦୁଇଟି ପ୍ରମୁଖ କ୍ବିକ କମର୍ସ ମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଗତ ରାତିରେ ଅର୍ଥାତ୍ 31 ଡିସେମ୍ବରରେ, ଦେଶର ବିଭିନ୍ନ ସହରରୁ କିଛି ଅଦ୍ଭୁତ ଜିନିଷ ଅର୍ଡର କରାଯାଇଥିଲା । କଣ୍ଡୋମ, ମୃଦୁ ପାନୀୟ, ଚିପ୍ସ ଏବଂ ପାଣି ବୋତଲ ପରି ପାର୍ଟି ପାଇଁ ଆବଶ୍ୟକୀୟ ଜିନିଷ କିଣିଥିଲେ ଭାରତୀୟ ।

ବ୍ଲିଙ୍କିଟ୍ ସିଇଓ ଆଲବିନ୍ଦର ଧିନ୍ଦସା ଏବଂ ସ୍ବିଗି ଏବଂ ସ୍ବିଗି ଇନଷ୍ଟାମାର୍ଟର ସହ-ପ୍ରତିଷ୍ଠାତା ଫାନି କିଶାନ୍ ଏ ଉଭୟ ନୂଆ ବର୍ଷ ଅବସରରେ ନିଜ ପ୍ଲାଟଫର୍ମରେ ସର୍ବାଧିକ ଅର୍ଡର ହୋଇଥିବା ଆଇଟମଗୁଡ଼ିକୁ ଲାଇଭ୍ ଟ୍ୱିଟ୍ କରିଛନ୍ତି । ସ୍ବିଗି ଇନଷ୍ଟାମାର୍ଟ ଏହା ମଧ୍ୟ କହିଛି ଯେ ରାତିରେ 5 ଟି ଟ୍ରେଣ୍ଡିଂ ସର୍ଚ୍ଚ କରାଯାଇଥିଲା ଯେଉଁଥିରେ କ୍ଷୀର, ଚିପ୍ସ, ଚକୋଲେଟ୍, ଅଙ୍ଗୁର, ପନିର ଅନ୍ତର୍ଭୁକ୍ତ ଥିଲା ।  ଗତକାଲି ରାତି 8 ଟାରେ ବ୍ଲିଙ୍କିଟ୍ ମାଧ୍ୟମରେ ସମୁଦାୟ 6,834 ପ୍ୟାକେଟ୍ ଆଇସ କ୍ୟୁବ୍ ଅର୍ଡର କରାଯାଇଥିଲା । ପ୍ରାୟ ସମାନ ସମୟରେ ବିଗ୍ ବାସ୍କେଟରେ ଆଇସ କ୍ୟୁବ୍ ଅର୍ଡରଗୁଡିକ 1290% ବୃଦ୍ଧି ପାଇଥିଲା ।  ଡିସେମ୍ବର 31 ଅପରାହ୍ନରେ ସ୍ବିଗି ଇନଷ୍ଟାମାର୍ଟ 4,779 ପ୍ୟାକ୍ କଣ୍ଡୋମ ଅର୍ଡର କରାଯାଇଥିଲା । ସନ୍ଧ୍ୟାରେ ଅଧିକ ପରିମାଣରେ କଣ୍ଡୋମର ହିଁ ବିକ୍ରି ହୋଇଥିଲା । ନୂଆ ବର୍ଷ ଅବସରରେ ବ୍ଲିଙ୍କିଟ୍ ର ସିଇଓ ରାତି 9.50 ରେ 1.2 ଲକ୍ଷ ପ୍ୟାକେଟ କଣ୍ଡମ ବିକ୍ରି ହୋଇଥିବା କଥା ପୋଷ୍ଟ କରିଥିଲେ ।