fbpx

ଗୁଗଲର Gemini AI ଆପଣଙ୍କ ସବୁ ସମସ୍ୟାର ସମାଧାନ ଖୋଜିଦେବ, କେମିତି କାମ କରିବ ଜାଣିନିଅନ୍ତୁ

ନୂଆଦିଲ୍ଲୀ:ଗୁଗୁଲ ଏହାର ନୂଆ ଏଆଇ ଟୁଲ୍ ଜେମିନି ଲଞ୍ଚ କରିଛି । ଏହି ଟୁଲ୍ ଲଞ୍ଚ କରିବା ପରେ ଗୁଗଲ ଏଆଇର ନୂଆ ଯୁଗ ଆରମ୍ଭ କରିଛି । ଏହି ଜେମିନି ଏଆଇ ଆପଣଙ୍କ ପାଇଁ ଜଣେ ପର୍ସନାଲ ଆସିଷ୍ଟାଣ୍ଡ ଭାବରେ କାମ କରିବ । ଚଳିତ ବର୍ଷ ସାରା ବିଶ୍ୱରେ ଏଆଇ ଉପରେ ଖୁବ୍ ଚର୍ଚ୍ଚା ହୋଇଛି । ଏହି ଚର୍ଚ୍ଚା ଏବେ ଗୁଗଲର ଏହି ନୂଆ ପ୍ରଡକ୍ଟ ଲଞ୍ଚ ପରେ ଆହୁରି ଆଗକୁ ବଢିବ ।

OpenAI ର ଚାଟ୍ ଜିପିଟି ପରେ ଗୁଗଲ ଚଳିତ ବର୍ଷ ଏହାର ଏଆଇ ଟୁଲ୍ ବାର୍ଡ ଲଞ୍ଚ କରିଥିଲା । ଏବେ ଗୁଗଲ ଏହାର ଆଉ ଏକ ନୂଆ ଏଆଇ ଟୁଲ୍ ଜେମିନି ଲଞ୍ଚ କରିଛି ଯାହା LLM  ଅର୍ଥାତ୍ ଲାର୍ଜ ଲ୍ୟାଭେଞ୍ଜ ମଡ୍ୟୁଲ ଉପରେ କାମ କରିଥାଏ । ଏହା ଗୁଗଲର ସମସ୍ତ ପ୍ରଡକ୍ଟକୁ ପ୍ରଭାବିତ କରିବ ବୋଲି ଲଞ୍ଚ କରିବା ସମୟରେ ଗୁଗଲ ଡିପମାଇଣ୍ଡ ସିଇଓ ଡେମିସ୍ ହାସାବିସ୍ କହିଛନ୍ତି ।

ଗୁଗଲ ଜେମିନିକୁ କମ୍ପାନୀ ୩ ଭର୍ସନରେ ଲଞ୍ଚ କରିଛି । ଏହାର ସବୁଠାରୁ ଛୋଟ ଭର୍ସନ ହେଉଛି ନାନୋ ଯାହା ଆଣ୍ଡ୍ରଏଡ୍ ଫୋନ୍‌ରେ ଅଫଲାଇନ୍‌ରେ ବି କାମ କରିବାର କ୍ଷମତା ରଖିଥାଏ । ସେହିପରି ଏହାର ଜେମିନି ପ୍ରୋ ଭର୍ସନ ଯାହା ଗୁଗଲର ସମସ୍ତ ଏଆଇ ସେବାରେ ନଜର ଆସିବ । ଏ ସମସ୍ତ ଭର୍ସନ ଠାରୁ ଅଧିକ ଶକ୍ତିଶାଳୀ ହେଉଛି ଜେମିନି ଅଲଟ୍ରା । ଆପଣ ଯାହାକୁ ନେଇ କେବଳ କଳ୍ପନା କରିପାରୁଛନ୍ତି ତାହାକୁ ଏହି ଜେମିନି ଅଲଟ୍ରା ସମ୍ଭବ କରିଦେଇପାରିବ । ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ଏଆଇ ଟୁଲ୍ ।

ଗୁଗଲ ଏହି ଫଚର ରିଲିଜ୍ କରିବା ଆରମ୍ଭ କରିଦେଇଛି । ଆପଣ ଗୁଗଲର ସମସ୍ତ ପ୍ଲାଟଫର୍ମରେ ଏହାକୁ ଆକ୍ସେସ କରିପାରିବେ । ଜେମିନି ଅଲଟ୍ରା ଏବେ ସୀମିତ ଲୋକଙ୍କ ପାଇଁ ଉପଲବ୍ଧ କାରଣ ଏହାର ସେଫ୍ଟୀ ଚେକ୍ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ନାନୋ ଭର୍ସନର କିଛି ଫିଚର୍ସ ଗୁଗଲ ପିକ୍ସେଲ ୮ ପ୍ରୋରେ ରିଲିଜ୍ କରାଯାଇଛି । ଅନ୍ୟପକ୍ଷରେ ଜେମିନି ପ୍ରୋ ପାଇଁ ଆପଣଙ୍କୁ ବାର୍ଡର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ଆପଣଙ୍କୁ ପ୍ରଥମେ ଗୁଗଲ ଆକାଉଣ୍ଟ ଲଗ ଇନ୍ କରିବାକୁ ହେବ । ଲଗ ଇନ୍ କରିବା ପରେ ଆପଣ ଜେମିନି ପ୍ରୋ ଫିଚର୍ସ ଉପଯୋଗ କରିପାରିବେ ।

Get real time updates directly on you device, subscribe now.