ନୂଆଦିଲ୍ଲୀ- ମହାକୁମ୍ଭ ମେଳା ଭାରତର ସବୁଠାରୁ ବଡ ଧାର୍ମିକ ସମାଗମ ହେବା ସହ ବିଶ୍ୱର ମଧ୍ୟ ସବୁଠାରୁ ବଡ ଧର୍ମ ସ୍ଥଳୀ । କୁମ୍ଭ ମେଳାରେ ବିଭିନ୍ନ ପୂଜାର ପାଠର ବିଧି ରହିଛି, ସେଥି ମଧ୍ୟରୁ କଳ୍ପବାସ ଅନ୍ୟତମ । ତେବେ କଣ ଏହି କଳ୍ପବାସ ଓ କଣ ରହିଛି ଏହାର ମହତ୍ୱ ଆସନ୍ତୁ ଜାଣିବା ।
କଳ୍ପବାସ ଏକ ପ୍ରକାରର ବ୍ରତ । ବିଶିଷ ନିୟମ ଭିତରେ ଏହି ବ୍ରତ ପାଳନ କରାଯାଏ । ମାନ୍ୟତା ରହିଛି କି, କଳ୍ପବାସ ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ନଷ୍ଟ ହୋଇ ମୋକ୍ଷପ୍ରାପ୍ତି ହୋଇଥାଏ । କଳ୍ପବାସ କାଳରେ ବ୍ୟକ୍ତି ମନକୁ ଶାନ୍ତ ରଖିବା ସହ ଆଧ୍ୟାତ୍ମିକ ବିକାଶ ଦିଗରେ ଅଗ୍ରସର ହେବାକୁ ଚେଷ୍ଟାକରେ । ଏହି ବ୍ରତ ବ୍ୟକ୍ତିର ସବୁ ମନୋକାମନା ପୂରଣ କରିଥାଏ । କଳ୍ପବାସ ପାଇଁ ବିଶେଷ ନିୟମ ରହିଛି ।
କଳ୍ପବାସ କାଳରେ ବ୍ୟକ୍ତି ସାତ୍ୱିକ ଆହାର ଗ୍ରହଣ କରିବା ଉଚିତ । ଏହି ସମୟରେ ମନକୁ ଶାନ୍ତି ଓ ଈଶ୍ୱରବ୍ରତୀ କରିବାକୁ ଅଧିକ ଚିନ୍ତା କରିବା ଅନୁଚିତ । ଏଥିସହ କମ ଶୟନ କରିବା ଦରକାର । ବ୍ରତ କାଳରେ ବେଦପାଠ କହିବାକୁ କୁହାଯାଇଛି । ଏଥିସହ ନିୟମିତ ରୂପେ ଧ୍ୟାନ କରିବାର ଆବଶ୍ୟକତା ଥାଏ । ପ୍ରତିଦିନ ସଂଗମରେ ସ୍ନାନ କରିବା ସହ ବ୍ରହ୍ମଚର୍ଯ୍ୟ ପାଳନ ଏହି ବ୍ରତର ମୂଳ ନିୟମ ।
କୁମ୍ଭ ମେଳା ପବିତ୍ର ବାତାବରଣର ପ୍ରତୀକ ବୋଲି କୁହାଯାଏ । ଏଠାରେ ବ୍ୟକ୍ତି ଆଧ୍ୟାତ୍ମିକ ଅନୁଭବ ପ୍ରାପ୍ତକରେ । ସଙ୍ଗମରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ସବୁ ପାପ ନାଶ ହୁଏ, ଏମିତି ମାନ୍ୟତା ରହିଛି । ଏଥିସହ ସାଧୁସନ୍ଥଙ୍କ ଏଠାରେ ଉପସ୍ଥିତି ହୋଇଥିବାରୁ ସାଧାରଣ ମଣିଷକୁ ଏହା ଆଧ୍ୟାତ୍ମିକ ଦିଗରେ ବାଟ କଢାଇବାରେ ସହାୟକ ହୋଇଥାଏ ବୋଲି ମାନ୍ୟତା ରହିଛି । ଯଦି ଆପଣ କଳ୍ପବାସ କରିବାକୁ ଚାହୁଁଥାନ୍ତି, ତେବେ କୌଣସି ଅନୁଭବୀ ବା ସାଧୁ ସନ୍ଥଙ୍କ ମାର୍ଗଦର୍ଶନ ନେବା ଉଚିତ୍ ।