fbpx

Pegasus କ’ଣ: ଏହି ସ୍ପାଇୱେୟରକୁ ନେଇ ବିଶ୍ୱରେ କାହିଁକି ତୋଫାନ ଆସିଥିଲା, ଆପଣଙ୍କ ଫୋନରେ କିଏ ଜାସୁସୀ କରୁଛି କେମିତି ଜାଣିବେ

ନୂଆଦିଲ୍ଲୀ: ପେଗାସସକୁ ନେଇ ସାରା ବିଶ୍ୱରେ ଯେତିକି ଆତଙ୍କ ସୃଷ୍ଟି ହୋଇଥିଲା ବୋଧହୁଏ ଅନ୍ୟ କୌଣସି ସ୍ପାଇୱେୟରକୁ ନେଇ ଏତେମାତ୍ରାରେ ଚର୍ଚ୍ଚା ହୋଇନଥିବ । ଏହି ସ୍ପାଇୱେୟରକୁ ଇସ୍ରାଏଲର ଏନଏସଓ ଗ୍ରୁପ ପ୍ରସ୍ତୁତ କରିଥିଲା । ସାରା ଦୁନିଆର ଲୋକଙ୍କର ଜାସୁସୀ କରିବା ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ଗତ ୨୦୧୬ ମସିହା ଅଗଷ୍ଟରେ ଏହି ସ୍ପାଇୱେୟର ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲା ।

ପେଗାସସକୁ ନେଇ ବିଭିନ୍ନ ଦେଶର ମିଡ଼ିଆ, ସଂସଦ, କୋର୍ଟ ପ୍ରତ୍ୟେକ ସ୍ଥାନରେ ଖୁବ୍ ଚର୍ଚ୍ଚା ହୋଇଥିଲା । ବିଶ୍ୱରେ ବିଭିନ୍ନ ପ୍ରକାରର ସ୍ପାଇୱେୟରର ବ୍ୟବହାର କରାଯାଉଥିବା ବେଳେ ଇସ୍ରାଏଲର ଏନଏସଓ ଗ୍ରୁପ ଦ୍ୱାରା ବିକଶିତ ହୋଇଥିବା ପେଗାସସକୁ ନେଇ ସର୍ବାଧିକ ଚର୍ଚ୍ଚା ହୋଇଥିଲା । ଏହାକୁ କୌଣସି ବ୍ୟକ୍ତିଙ୍କ ଫୋନରେ ସିକ୍ରେଟ ଭାବେ ଇନଷ୍ଟଲ କରାଯାଇପାରିବ । ଏପରିକି ଆପଣଙ୍କ ଫୋନର ସମସ୍ତ କଣ୍ଟ୍ରୋଲ ବାହ୍ୟ ଶକ୍ତି ଉପରେ ରହିବ । ଏହାକୁ ଫୋନରେ ଇନଷ୍ଟଲ କରିବା ପାଇଁ କ୍ଲିକ ବି କରିବାକୁ ପଡ଼ିନଥାଏ ।

ଏହି ସ୍ପାଇୱେୟରର ସବୁଠାରୁ ବଡ଼ ଖାସିୟତ ହେଉଛି, ଏହା ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ଅପରେଟିଂ ସିଷ୍ଟମରେ କାମ କରିଥାଏ । ସ୍ପାଇୱେୟର ଆଇଓଏସ ୧୪.୭ ଭର୍ସନରୁ ସହଜରେ ଚୋରି କରିପାରିଥାଏ । କୌଣସି ୟୁଜରଙ୍କ ଫୋନରେ ପ୍ରତ୍ୟେକ ପ୍ରକାରର ଗୁପ୍ତଚର କାର୍ଯ୍ୟ ପେଗାସସ କରିବାରେ ସକ୍ଷମ ହୋଇଥାଏ । ଏହି ସ୍ପାଇୱେୟର ପଛରେ ଏକ କାହାଣୀ ରହିଛି । ପେଗାସସ ହେଉଛି ଗ୍ରୀକର ପୌରାଣିକ କଥାର ଏକ ଘୋଡ଼ାର ନାମ । ଉକ୍ତ ଘୋଡ଼ାର ଡେଣା ରହିଥାଏ, ଏହା ଏକ ଟାର୍ଜନ ହର୍ସ କମ୍ପ୍ୟୁଟର ଭାଇରସ ଅଟେ ।

ତେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ଅବସରରେ ପୁଣି ଥରେ ପେଗାସସ ପ୍ରସଙ୍ଗ ଉଠାଇଛନ୍ତି । ତାଙ୍କ ଫୋନରେ ପେଗାସସ ରହିଥିଲା ବୋଲି ରାହୁଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପେଗାସସକୁ ଠାବ କରିବା ଏକ ମୁସ୍କିଲ କାର୍ଯ୍ୟ, ମାତ୍ର କିଛି ଦିଗ ପ୍ରତି ଧ୍ୟାନ ଦେଇ ଆପଣ ଏହି ସ୍ପାଇୱେୟରକୁ ଠାବ କରିପାରିବେ । ଯଦି ଆପଣଙ୍କ ଫୋନରେ ଏହି ସ୍ପାଇୱେୟର ରହିଥିବ, ତେବେ ନିଶ୍ଚିତ ଭାବେ ଏହାର ପ୍ରଭାବ ଆପଣଙ୍କ ଫୋନର ବ୍ୟାଟେରୀ ଉପରେ ପଡ଼ିବ । ଏଥିସହିତ କମ୍ ସମୟରେ ଆପଣଙ୍କର ବହୁତ ଡାଟା ସମାପ୍ତ ହୋଇଯିବ । ଆଣ୍ଡ୍ରଏଡ ବା ଆଇଫୋନରେ କ୍ୟାମେରା ବା ମାଇକ୍ରୋଫୋନ ଆକ୍ଟିଭ ଥିଲେ କିଛି ଲାଇଟ ଦେଖାଯାଇଥାଏ । ଏହି ଲାଇଟ ସହାୟତାରେ ଫୋନରେ କେଉଁ ଇକ୍ୟୁପମେଣ୍ଟ ୟୁଜ୍ ହେଉଛି ତାହା ଆପଣ ଜାଣିପାରିବେ ।

Get real time updates directly on you device, subscribe now.