fbpx

ବଲିଉଡରୁ ଦୂରେଇ ଯାଇ କଣ କରୁଛନ୍ତି ସଲମାନଙ୍କ ଏହି ହିରୋଇନ୍?

ବଲିଉଡର ଦବଙ୍ଗ ହିରୋ ସଲମାନ୍ ଖାନଙ୍କ ସହ ‘ବନ୍ଧନ’ ଓ ‘ଜୁଡୱା’ ଭଳି ସୁପରିହିଟ୍ ସିନେମାରେ ଅଭିନୟ କରିଥିବା ରମ୍ଭା ଏବେ ୩ଟି ପିଲାର ମା ହୋଇସାରିଛନ୍ତି । ଆଜି ତାଙ୍କର ୪୪ତମ ଜନ୍ମ ଦିବସ ହୋଇଥିବା ବେଳେ ସେ ଏବେ ନିଜ ସ୍ୱାମୀ ଓ ୩ ପିଲାଙ୍କୁ ଧରି କନାଡାରେ ରହୁଛନ୍ତି । ତେବେ ଏବେ ଲୋକପ୍ରିୟ ଅଭିନେତ୍ରୀ ବଲିଉଡର ଗ୍ଲାମର ଦୁନିଆରୁ ନିଜକୁ ଦୂରେଇ ନେଲେ । ତାହାଲେ ଆସନ୍ତୁ ଜାଣିବା ରମ୍ଭାଙ୍କ ବିଷୟରେ କିଛି ..

ରମ୍ଭା ଗତ କିଛି ବର୍ଷ ହେବ ବଲିଉଡ ଜଗତରୁ ଦୂରେଇ ଯାଇଛନ୍ତି ସତ ହେଲେ ସେ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ୍ ରୁହନ୍ତି । ନବେ ଦଶକରେ ନବେ ଦଶକରେ ଜଣେ ଲୋକପ୍ରିୟ ନାୟିକା ଥିଲେ ରମ୍ଭା। ସେ କେବଳ ହିନ୍ଦୀ ନୁହେଁ, ବରଂ ତେଲୁଗୁ, ତାମିଲ, ମାଲୟାଲମ୍ ଓ କନ୍ନଡ଼ ଭାଷାରେ ନିର୍ମିତ ଶହେରୁ ଅଧିକ ସିନେମାରେ କାମ କରିସାରିଛନ୍ତି। ବଲିଉଡର ଲୋକପ୍ରିୟ ନାୟିକା ରମ୍ଭା ୧୯୯୨ରେ ରିଲିଜ୍ ହୋଇଥିବା ତେଲୁଗୁ ସିନେମା ‘ଆ ଓକଟ୍ଟି ଅଡକ୍କୁ’ରୁ ଡେବ୍ୟୁ କରିଥିଲେ. ଯାହାକି ସୁପରହିଟ୍ ମଧ୍ୟ ହୋଇଥିଲେ। ତା’ ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ଏହି ଲୋକପ୍ରିୟ ନାୟିକା ରମ୍ଭା ୧୯୯୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜହ୍ଲାନ୍’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଏଥିରେ ରମ୍ଭାଙ୍କୁ ବଲିଉଡର ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ।

ତାପରେ ରମ୍ଭା ବଲିଉଡରେ ଫିମେଲ ଲିଡ ରୋଲରେ ନଜର ଆସିଥିଲେ । ଦୁହିଁଙ୍କ ଯୋଡିକୁ ମଧ୍ୟ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଲୋକପ୍ରିୟ ନାୟିକା ରମ୍ଭାଙ୍କ ପ୍ରକୃତ ନାମ ହେଲା ବିଜୟଲକ୍ଷ୍ମୀ। ସେ ୫ ଜୁନ୍ ୧୯୭୬ ରେ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଜନ୍ମଗ୍ରହଣ କରିଥିଲେ ।୨୦୧୦ରେ ବିଦେଶରେ ରହୁଥିବା ଜଣେ ବ୍ୟବସାୟୀ ଇନ୍ଦ୍ରନ୍ ପଦ୍ମନାଥନଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଦୁହେଁ କାନାଡାରେ ରହୁଛନ୍ତି । ତାଙ୍କର ବଡ଼ ଝିଅ ଲାଣ୍ୟା ଓ ସାନ ଝିଅ ସାଶା। ୨୦୧୮ରେ ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ କିଛି ବର୍ଷ ହେବ ଅଭିନୟ ଦୁନିଆରୁ ଦୂରେଇ ଯାଇ ସେ ନିଜ ପରିବାର ସହ ରହୁଛନ୍ତି ରମ୍ଭା।

Get real time updates directly on you device, subscribe now.