fbpx

ସରିଲା ସ୍ନାନଯାତ୍ରା, ଅଣସର ପିଣ୍ଡିକୁ ବିଜେ କଲେ ଶ୍ରୀଜୀଉ

ପୁରୀ, ୫ା୬(ଓଡ଼ିଶା ଭାସ୍କର): ଆଜି ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବର୍ତ୍ତମାନ ସ୍ନାନଯାତ୍ରା ଶେଷ ହେବା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଶ୍ରୀଜିଉ । ୧୦୮ କଳସ ଜଳରେ ସ୍ନାନ ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଜଗତର ନାଥ ।
ଉଲ୍ଲେଖଯୋଗ୍ୟ ଯେ ଇତିହାସରେ ଏହା ଥିଲା ନିଆଁରା ସ୍ନାନଯାତ୍ରା । ଭକ୍ତ ଓ ଭଗବାନଙ୍କ ମଝିରେ ବାଧା ସୃଷ୍ଟି କରିଥିଲା କରୋନା ଭୂତାଣୁ । ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଥିବାରୁ ଓ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଥିବାରୁ ବଡ଼ ଦାଣ୍ଡରେ ଗହଳି ନଥିଲା ।

Get real time updates directly on you device, subscribe now.